centurian jitm

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ “ନୂଆ-ଓ, ଯୁବ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ

nschool

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ସ୍ଥାନୀୟ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ “ନୂଆ-ଓ, ଯୁବ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଅଧ୍ୟକ୍ଷ ଡଃ ଶୋଭେନ୍ଦ୍ର କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କର କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମରେ ଡିସେମ୍ବର ମାସ ୪ ତାରିଖରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଅଛି । ଯଥା – ସାଂସ୍କୃତିକ ପ୍ରତିଯୋଗିତାରେ କବିତା ପାଠ, ବକ୍ତୃତା, ସୃଜନାତ୍ମକ ଲେଖା, କାର୍ଟୁନ ଚିତ୍ରାଙ୍କନ ପ୍ରତିଯୋଗିତା, ସଙ୍ଗୀତ, ବାଦ୍ୟ ସଙ୍ଗୀତ, ନୃତ୍ୟ ପରିବେଷଣ, ବେଶ ଭୂଷା ପାରମ୍ପରିକ ଫେସନ୍‌ ସୋ, ଏକକ ଅଭିନୟ, ଖେଳ ପ୍ରତିଯୋଗିତାରେ କ୍ରିକେଟ, ଫୁଟବଲ, ଭଲିବଲ, ଏଥେଲେଟିକ୍, ବ୍ୟାଡମିଣ୍ଟନ, କେରମ ଓ ବିଭିନ୍ନ ଖେଳ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଛି । ସାମାଜିକ କାର୍ଯ୍ୟକଳାପ ଗାଁ ସଫେଇ କାର୍ଯ୍ୟକ୍ରମ, ପରିମଳ ଅଭିଯାନ, ବାଲ୍ୟ ବିବାହ ବିରୋଧ ଅଭିଯାନ, ଯୌତୁକ ବିରୋଧ ଅଭିଯାନ, ଏଡସ୍ ରୋଗ ଦୂରିକରଣ, ତମାଖୁ ସେବନ କିପରି କ୍ଷତିକାରକ ସେ ସମ୍ପର୍କରେ ସଚେତନତା ଶୋଭାଯାତ୍ରା ସହ ସଚେତନତା କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଯାଇଛି । ଏହି ଅବସରରେ ଅଧ୍ୟାପକ ସୀତାରାମ ପାଣିଗ୍ରାହୀ, ଆଲୋକ କୁମାର ରଥ, ନଟବର ବେହେରା, ଭାଷ୍କର ମେହେର, ଡିଲେଶ୍ୱର ନିଆଲ, ଲୋକନାଥ ମେହେର, ଗିରିଶ ଚନ୍ଦ୍ର ଧୁବଲ, ଦମୟନ୍ତୀ ମେହେର, ଜୟନ୍ତୀ ଖୁଣ୍ଟିଆ, ରାମକୃଷ୍ଣ ବାଗ, ଆଲୋକ ମୁଣ୍ଡ, ଭୂଷଣ ଚନ୍ଦ୍ର ମେହେର, ଜୟପ୍ରକାଶ ସାହୁ, ଜୟ ପ୍ରକାଶ ମେହେର, କ୍ଷୀରସିନ୍ଧୁ ରଣା, ତେଜେଶ୍ୱର ପ୍ରଧାନ, ବନୀତା ସାହୁ, ଦେବରାଜ ମେହେର, ରୋହିଣୀ ପ୍ରଧାନୀ, ସୁବର୍ଣ୍ଣ ସେନ୍ଦ୍ରିଆ ତଥା ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.