pr

କିରାବାହାଲ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ଦେଲେ ନରସିଂହ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ବଲାଙ୍ଗିର ବ୍ଲକ ସ୍ଥିତ ଖଲିଆପାଲି ପଞ୍ଚାୟତର କିରାବାହାଲ ଠାରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଏକ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ବହୁ ଦିନରୁ ଦାବୀ ହୋଇ ଆସୁଥିବା ଏହି କଲ୍ୟଣ ମଣ୍ଡପର ଭିତ୍ତିପ୍ରସ୍ତର ସମୟରେ ବ୍ଲକ ଉପାଧକ୍ଷା ଯୋଶବନ୍ତି ବଘାର, ସରପଞ୍ଚ ରାଣୀମା ପାତ୍ର, ପୂର୍ବତନ ବ୍ଲକ ଉପାଧକ୍ଷ ଘାସୀରାମ ବେହେରା, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ବାରିକ, ବିଧାୟକ ପ୍ରତିନୀଧି କିଶୋର ସିଂ ନିନା, ସୁଶିଲ ମହାକୁର, ଖୁଜେନ ପାଲି ସରପଞ୍ଚ ସତ୍ୟବାନ ସାହୁ, ବ୍ଲକ ସଭାପତି ରାମ ପ୍ରସାଦ ମିଶ୍ର, କନିଷ୍‌ଷ୍ଠ ଯନ୍ତ୍ରୀ ସସ୍ମିତା ମହାନ୍ତି , ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ୟାମ ମୋହନ ବରେଇ ପ୍ରମୁଖ ଉପସ୍ଥିତ ଥିଲେ । ଭିତ୍ତିପ୍ରସ୍ତର ପରବର୍ତ୍ତୀ ସଭାରେ ବିଧାୟକ ଶ୍ରୀ ମିଶ୍ରଙ୍କୁ ଗ୍ରାମବାସୀଙ୍କ ତରଫରୁ ସମ୍ବଦ୍‌ର୍ଦ୍ଧନା ଦିଆଯାଇଥିଲା । ପ୍ରତି ଉତ୍ତରରେ ସେ କହିଥିଲେ ଯେ କିରାବାହାଲ ଗ୍ରାମ ସହ ଶୈଶବ ଅବସ୍ଥାରୁ ତାଙ୍କର ଭାବଗତ ସଂପର୍କ ରହିଆସିଛି, ସେଥିପାଇଁ ସେ ଏହି ଗାଁର ଯାତ୍ରାରେ ସାମିଲ ହୋଇ ଆସୁଛନ୍ତି । ତେଣୁ ଏହି ଗାଁ ତଥା ପଞ୍ଚାୟତର ବିକାଶ କରିବା ତାଙ୍କର ପ୍ରଥମିକତା ଅଟେ । ସୁକତେଲ ଉପରେ ନିର୍ମାଣ ହେଉଥିବା ବ୍ରିଜ ତଥା ବ୍ୟାରେଜ ଏହି ଅଂଚଳର ଲୋକ ତଥା ଚାଷୀଙ୍କ ପାଇଁ ଏକ ବରଦାନ ସଦୃଶ ହେବ । ଏହି ପ୍ରକଳ୍ପ ଆଗାମୀ ଦିନରେ ଏହି ଅଂଚଳରର ଅର୍ଥନୀତିକୁ ନିଶ୍ଚିତ ସୁଦୃଢ କରିବ ବୋଲି ସେ କହିଥିଲେ । ତା ସହ ଅଂଚଳରେ ଥିବା ଆର୍ଥୀକ ଅନଗ୍ରସର, ବୁଢାବୁଢୀ , ବିକଳାଙ୍ଗ, ବିଧବା ଓ ଗାଇଗୋରୁ ରଖିଥିବା ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ଯୋଜନା ଅନ୍ତର୍ଗତ ଭତ୍ତା ଓ ଅନୁଦାନ କିପରି ଲୋକେ ପାଇପାରିବେ ତା ପାଇଁ ଉଦ୍ୟମ ଜାରି ରହିଛି ଓ ରହିବ ବୋଲି ଶ୍ରୀ ମିଶ୍ର କହିଥିଲେ ।

nrusinghnath
Leave A Reply

Your email address will not be published.