jayashree

କଳାଧାମ ଆର୍ଟ ଇନ୍‌ଷ୍ଟିଚ୍ୟୁଟରେ ‘ଗାନ୍ଧିଙ୍କ ଓଡିଶା’ ନାଟକ ପରିବେଷଣର ପ୍ରାକ୍‌କାଳୀନ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାତ୍ମା ଗାନ୍ଧିଙ୍କ ପ୍ରଥମ ଥର ଓଡିଶା ଆଗମନର ଏକଶତ ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ଆନୁକୁଲ୍ୟରେ ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ବ୍ୟବସ୍ଥାପନାରେ ନାଟକ ‘ଗାନ୍ଧିଙ୍କ ଓଡିଶା’ ଚିତ୍ର, ସଙ୍ଗୀତ, ନୃତ୍ୟ ଓ ନାଟକ ଶିକ୍ଷାନୁଷ୍ଠାନ କଳାଧାମ ଆର୍ଟ ଇନ୍‌ଷ୍ଟିଚ୍ୟୁଟ ଦ୍ୱାରା ସ୍ଥାନୀୟ ଆଇନ ମହାବିଦ୍ୟାଳୟ, ବଲାଙ୍ଗିର ଠାରେ ୨୩ ମାର୍ଚ୍ଚ ୨୦୨୧ ସନ୍ଧ୍ୟା ୭ ଘଣ୍ଟା ସମୟରେ ପରିବେଶିତ ହେବ । ଉକ୍ତ ନାଟକର ନିର୍ଦ୍ଦେଶକ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, କଳାଧାମର ଅଧ୍ୟକ୍ଷ ତଥା ନାଟକର କଳା ଓ ସଙ୍ଗୀତ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସିଂହଦେଓ ତଥା ସଭାପତି ମଧୁସୁଦନ ନାୟକଙ୍କ ଉପସ୍ଥିତିରେ ତେଲିଗୋଠପଡା ରେଲୱେ ଷ୍ଟେସନ ରୋଡ ସ୍ଥିତ ‘କଳାଧାମ’ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ ନାଟକର କଥାବସ୍ତୁ, ବିଭିନ୍ନ ଚରିତ୍ର ଅଭିନୟ କରିଥିବା କଳାକାର ଆଦିଙ୍କ ପରିଚୟ ପ୍ରଦାନ କରାଯାଇଥିଲା । ଏହି ସମ୍ମିଳନୀରେ ଉଭୟ ମୁଦ୍ରଣ ଓ ବୈଦ୍ୟୁତିକ ମାଧ୍ୟମର ୩୦ଜଣ ପ୍ରତିନିଧି ଯୋଗଦେଇ ନାଟକର ସଫଳତା କାମନା କରିଥିଲେ ।

Leave A Reply

Your email address will not be published.