pr

‘କଢ଼ୋ’ ତରଫରୁ ଅନଲାଇନ ନୂଆଁଖାଇ ଭେଟଘାଟ ଓ କବିତା ଆସର

dr. purohit

ପାଟଣାଗଡ଼, (କେପିଏନ୍‌ଏସ୍‌) : କୋଶଲି ସାହିତ୍ୟ ପତ୍ରିକା ‘କଢ଼ୋ’ ତରଫରୁ ଅନଲାଇନ ନୂଆଁଖାଇ ଭେଟଘାଟ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କଢ଼ୋ ପତ୍ରିକାର ସମ୍ପାଦକ କ୍ଷୀରୋଦ୍ର କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଶଲି ଡେରା ପାଟଣାଗଡ଼ର ସଭାପତି ଲାଲଚନ ବଗର୍ତ୍ତି ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ନେସନାଲ କଲେଜ ନୂଆପଡ଼ାର ଓଡ଼ିଆ ଅଧ୍ୟାପକ ଶିବ ପ୍ରସାଦ ସା ଯୋଗଦେଇ କୋଶଲି ଭାଷାର କ୍ରମ ବିକାଶ ତଥା ନୂତନ ଚିନ୍ତାଧାରା ଉପରେ ଆଲୋଚନା କରିଥିଲେ । ଏହି କାର୍ୟ୍ୟକ୍ରମରେ ବ୍ୟଙ୍ଗ କବି ଅର୍ଜ୍ଜୁନ କୁମାର ସାହୁ, ଟୁକୁ ପ୍ରିୟବ୍ରତ ପଣ୍ଡା, ମୁରଲୀଧର ସିକା, ବିକାଶ ମେହେର, କୁମରମଣି ସାହୁ, ନାରାୟଣ ବରିହା ଶମ୍ଭୁ ପ୍ରସାଦ ଘିବେଲା, ଶତ୍ରୁଘନ ସାହୁ, ଭାଗ୍ୟବନ୍ତ ମହାଲିଙ୍ଗ ଯୋଗ ଦେଇ ନିଜର କବିତା ପାଠ କରିଥିଲେ । ଶେଷରେ ଟୁକୁ ପ୍ରିୟବ୍ରତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.