pr

ବଲାଙ୍ଗିର ଜିଲ୍ଲା ପ୍ରଶାସନର କଡ଼ା ପଦକ୍ଷେପ : ରିଲାଏନ୍ସ ମାର୍ଟ ପରେ ସିଲ୍‌ ହେଲା ସମଲେଶ୍ୱରୀ ଏବଂ ବିବେକ ମେଡ଼ିକାଲ୍‌ ଷ୍ଟୋର

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । କୋଭିଡ୍‌-୧୯ ଆଇନ ଉଲଂଘନ ଯୋଗୁଁ ଆଜି ସ୍ଥାନୀୟ ରିଲାଏନ୍ସ ମାର୍ଟ ସିଲ୍‌ ହେବା ପରେ ଦୁଇଟି ଔଷଧ ଦୋକାନ ସମଲେଶ୍ୱରୀ ଓ ବିବେକ ମେଡ଼ିକାଲ୍‌ ଷ୍ଟୋର୍‌କୁ ମଧ୍ୟ ୨୪ ଘଣ୍ଟା ପାଇଁ ସିଲ୍‌ କରାଯାଇଛି । ତେବେ ବଲାଙ୍ଗିର ଟାଉନ୍‌ ଥାନା ଆଇଆଇସି. ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ ଏହି ସିଲିଂ କାର୍ଯ୍ୟକ୍ରମରେ ବଲାଙ୍ଗିର ଉପଜିଲ୍ଲାପାଳ ସୁଧାକର ନାୟକ, ମ୍ୟୁନିସିପାଲିଟି ଇଓ ବିପିନ ବିହାରୀ ଦୀପ, ତହସିଲ୍‌ଦାର୍‌ ଏବଂ ବଲାଙ୍ଗିର ଆଦର୍ଶ ଟାଉନ୍‌ ଥାନାର ଅଧିକାରୀ ସମୂହ ସାମିଲ୍‌ ଅଛନ୍ତି ।

nrusinghnath
Leave A Reply

Your email address will not be published.