oom

ପଦ୍ମପୁର କେନ୍ଦୁପତ୍ର ଡିଭିଜନରେ ଶ୍ରମିକ ନେତା ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ୧୦୪ତମ ଜୟନ୍ତୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପ୍ରତିଷ୍ଠାତା ତଥା ଓଡିଶାର ଜଣେ ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ୧୦୪ତମ ଜୟନ୍ତୀ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ପଦ୍ମପୁର ଡିଭିଜନ ଦ୍ୱାରା ନୃସିଂହନାଥ ସ୍ଥିତ କେନ୍ଦୁପତ୍ର ଗୋଦାମଠାରେ ପାଳିତ ହୋଇଯାଇଛି । ଶ୍ରମିକ ନେତା ତଥା ପାଇକମାଲ ହେଡଚେକର କୋକିଲ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତୀ ସମାବେଶରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଵର୍ଗତ ପଣ୍ଡିତଙ୍କ ଜୀବନ ଓ ତାଙ୍କ ଦ୍ୱାରା କେନ୍ଦୁପତ୍ର ସଂଘ କିଭଳି ଗଠିତ ହୋଇଥିଲା ତାର ବିବରଣୀ ପ୍ରଧାନ କରିଥିଲେ । ସୋହେଲା, ମେଲଛାମୁଣ୍ତା, ଗାଇସିଲେଟ, ଜଗଦଲପୁର, ପାଇକମାଲ, ପଦ୍ମପୁର, ମିଠାପାଲି, ଚୁହାପାଲି, ଝାରବନ୍ଧ ରେଞ୍ଜରୁ କେନ୍ଦୁପତ୍ର କର୍ମଚାରୀ ସଂଘର ଶତାଧିକ ସଦସ୍ୟ ଏଥିରେ ସାମିଲ ହୋଇଥିଲେ । ବିଶ୍ୱନାଥ ପଣ୍ଡିତଙ୍କ ଜୟନ୍ତୀ ପାଳନ ଅବସରରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଯଥା ସିଜିନାଲ କର୍ମଚାରୀମାନଙ୍କ ଚାକିରି ସର୍ତ୍ତାବଳି ଲାଗୁ କରିବା, ଚପରାସୀରୁ ହେଡଚେକର ପର୍ଯ୍ୟନ୍ତ ସମସ୍ତ ସିଜିନାଲ କର୍ମଚାରୀଙ୍କ ଅବସର ବୟସ ସୀମା ୬୫ ବର୍ଷ କରିବା, କେନ୍ଦୁପତ୍ର ତୋଲାଳୀମାନଙ୍କୁ ୧୦୦ ଭାଗ ବୋନସ ଦେବା, ସିଜି ୱାଚରମାନଙ୍କ ୧୬ ମାସର ବକେୟା ବର୍ଦ୍ଧିତ ଦରମା ପ୍ରଦାନ କରିବା, ରେଞ୍ଜମାନଙ୍କରେ ଖାଲିଥିବା ସମସ୍ତ ପଦବୀ ପୁରଣ କରିବା, ସର୍ବନିମ୍ନ ମଜୁରୀ ବୃଦ୍ଧି ହୋଇଥିବା କାରଣରୁ ସିଜିନାଲ କର୍ମଚାରୀମାନଙ୍କ ଦରମା ବୃଦ୍ଧି କରିବା ଆଦି ପ୍ରସ୍ତାବ ପାରିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସଂଘର ନେତା ରୁଷବ ପ୍ରଧାନ, ସୁରେଶ ପଣ୍ତା, ବସନ୍ତ ସାହୁ, ଅରମାନ ଖାଁ, ଭାର୍ତ୍ତିକ ନାଗ, ମଧୁ ବେହେରା, ପ୍ରଫୁଲ୍ଲ କୁମ୍ଭାର, ଚୁଡାମଣି ପାଣିଗ୍ରାହୀ, ବିଜୟ କୁମାର ମହାନ୍ତି, ଶ୍ୟାମ ଚନ୍ଦ, ଜୟରାମ ନାୟକ, ରଙ୍କମଣି ହୋତା, ମହେଶ୍ୱର ବରିହା, ଚକାମନ ପ୍ରଧାନ, ଘନଶ୍ୟାମ ଭୋଇ ପ୍ରମୁଖ ମତାମତ ରଖିଥିଲେ ।

jittmm
Leave A Reply

Your email address will not be published.