ଜାତିଭାଇ ନ ଆସିବାରୁ ୮ଘଣ୍ଟା ଧରି ପଡିରହିଥିଲା ଶବ : ଶବ ସତ୍କାର ପାଇଁ ପ୍ରଶାସନିକ ଅଧିକାରୀଙ୍କ ସଜବାଜ ବେଳେ ଆଠମଲ୍ଲିକରୁ ପହଞ୍ଚିଲେ ୪ସମ୍ପର୍କୀୟ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ଚାରିଛକରେ କେହି ଜାତି ସମାଜ ନ ଆସିବା ଯୋଗୁଁ କିଡନୀ ରୋଗରେ ମୃତ୍ୟ ବରଣ କରିଥିବା ଜଣେ ଲୋକର ଶବ ଦୀର୍ଘ ୮ଘଣ୍ଟାଧରି ଘରେ ପଡିରହିବା ଭଳି ଏକ ଘଟଣା ସମ୍ନାକୁ ଆସିଛି । ପ୍ରସଙ୍ଗଟି ହେଲା ଚାରିଛକ ସ୍ଥିତ ପୁରୁଣାକଟକ ଥାନା ପଛପଟେ ଆଠମଲ୍ଲିକରୁ ଆସି ଦୀର୍ଘଦିନ ହେଲା ଏକ ଝାଟି ମାଟିର ଘରକରି ରହୁଥିଲେ ଆନନ୍ଦ ବେହେରା(୪୦) ଓ ତାଙ୍କର ପରିବାର । ବୁଧବାର ଦିନ ମଧ୍ୟାନ ୧୨ଟା ବେଳେ ମୃତ୍ୟୁ ଘଟିଥିଲା । ହେଲେ ସେ ଜାତିଭାଇଙ୍କ ସହ ଚଳୁନଥିବାରୁ ଶବକୁ କନ୍ଧଦେବା ପାଇଁ କେହି ଆସିନଥିଲେ । ଦୀର୍ଘ ୮ଘଣ୍ଟା ଧରି ମୃତଦେହ ଘରେ ପଡିରହିଥିଲା । ମୃତକଙ୍କ ଅସହାୟ ପତ୍ନୀ ଏବଂ ୨ଜଣ ନାବାଳକ ପୁଅ ଝିଅ ହାତରେ ଟଙ୍କାଟିଏ ବି ନଥିବାରୁ କଣ କରିବେ କିପରି କରିବେ ଏହି ଚିନ୍ତାରେ କରୁଥିଲେ କରୁଣ ଚିତ୍କାର । ଭାଗ୍ୟକୁ ଏ ଖବର ଯାଇ ପହଞ୍ଚିଥିଲା ବ୍ଲକ ପ୍ରଶାସନ ନିକଟରେ ।ମୃତ ଆନନ୍ଦର ଶବ ସତ୍କାର କରିବାକୁ ଆଗେଇ ଆସିଲେ ହରଭଙ୍ଗା ବିଡିଓ, ତହସିଲଦାର ଓ ଅତିରିକ୍ତ ତହସିଲଦାର । ସେମାନେ ତାଙ୍କ ଘରେ ପହଞ୍ଚି ମୃତକଙ୍‌ଙ୍କ ପରିବାରଙ୍କୁ ରେଡ଼କ୍ରସରୁ ୧୦ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କାର ଆର୍ଥିକ ସହାୟତା ଦେବା ସହିତ ନିଜେ ଶବକୁ କାନ୍ଧେଇ ଶବ ସତ୍କାର କରିବାକୁ ସହମତି ପ୍ରକାଶ କରି ଚୂଡାନ୍ତ ପ୍ରସ୍ତୁତି କରୁଥିବା ବେଳେ ଆଠମଲ୍ଲିକରୁ ଆସି ପହଞ୍ଚିଥିଲେ ୪ଜଣ ସମ୍ପର୍କୀୟ । ରାତି ୮ଟାରେ ମୃତ ଆନନ୍ଦ ବେହେରାଙ୍କ ନାବାଳକ ପୁଅ ସହ ସେମାନେ ମିଶି ଶବକୁ କାନ୍ଧଦେଇ ନେଇଥିଲେ ମଶାଣୀକୁ । ସେଠାରେ କରିଥିଲେ ଦାହ ସଂସ୍କାର। ।ଶବ ଯାତ୍ରାରେ ସାମିଲ ହୋଇ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା, ତହସିଲଦାର ଶମ୍ଭୁ ଭୂଷଣ ମିଶ୍ର ଏବଂ ଆଡିସନାଲ ତହସିଲଦାର ହରିଓମ ଭୋଇ ସେମାନଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ । ମୃତ ଅସହାୟ ପରିବାରଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ପ୍ରଶାସନିକ ଅଧିକାରୀ ମାନଙ୍କର ଏହି ମହତ ଉଦ୍ୟମକୁ ବୁଦ୍ଧିଜୀବି ମହଲରେ ସାଧୁବାଦ ଜଣାଇବା ସହ ଉଚ୍ଚ ପ୍ରସଂଶା କରାଯାଇଛି ।

Leave A Reply

Your email address will not be published.