ମାତା ସାବିତ୍ରୀ ବାଈ ଫୁଲେଙ୍କ ଜନ୍ମ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଦଳିତ ଶିକ୍ଷକ ସଂଘ ତରଫରୁ ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଶିକ୍ଷା ଓ ଶିକ୍ଷକ ଦିବସ ପାଳନ ହୋଇଯାଇଛି । ଉକ୍ତ ଦିବସ ପାଳନ ଉତ୍ସବରେ ଜିଲ୍ଲା ଦଳିତ ଶିକ୍ଷକ ସଂଘର ସଭାପତି ବାସୁଦେବ ମୁଗ୍ରୀ ସଭାପତିତ୍ୱ କରିଥିଲେ । ମୁରିବାହାଲ କଲେଜର ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦ ମୁଖ୍ୟ ଅତିଥି, ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ସହକାରୀ ପ୍ରଫେସର ବଂଶୀଧର ଦୀପ ମୁଖ୍ୟବକ୍ତା, ପାଟଣାଗଡ କଲେଜର ଅଧ୍ୟାପିକା ମୈତ୍ରୀ କୁମ୍ଭାର, ସାଲେଭଟା ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାନନ୍ଦ, ଜିଲ୍ଲା ପ୍ରାଥମିକ ସଂଘର ସଭାପତି ରତିନ୍ଦ୍ର ରାଏ, ଜେଡିବିଏମ୍‌ର ସଭାପତି ନଟରାଜ ନାଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବକ୍ତାମାନେ ସାବିତ୍ରୀ ବାଈ ଫୁଲେଙ୍କ ଜୀବନୀ ଓ କାର୍ଯ୍ୟକଳାପ ଉପରେ ବକ୍ତବ୍ୟ ରଖିଥିଲେ । ମୈତ୍ରୀ କୁମ୍ଭାର ସଭା ପରିଚାଳନା କରିଥିବା ବେଳେ ଓ ସୂର୍ଯ୍ୟମଣି ସୁନା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.