
- ଜନ ଗଣନା-୨୦୨୭ ପାଇଁ ସନ୍ଦର୍ଭ ତାରିଖ ମାର୍ଚ୍ଚ ପହିଲା, ୨୦୨୭ ର ମଧ୍ୟରାତ୍ର ହେବ
- କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଏବଂ ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ଅଣ-ସମକାଳୀନ ବରଫାବୃତ ଅଞ୍ଚଳ ତଥା ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ରାଜ୍ୟ ପାଇଁ, ସନ୍ଦର୍ଭ ତାରିଖ ଅକ୍ଟୋବର ପହିଲା,୨୦୨୬ ର ମଧ୍ୟରାତ୍ର ହେବ
ନୂଆଦିଲ୍ଲୀ, (ପିଆଇବି) : ଜାତି ଗଣନା ସହିତ ଦୁଇଟି ପର୍ଯ୍ୟାୟରେ ଜନ ଗଣନା-୨୦୨୭ କରିବାକୁ ନିଷ୍ପତ୍ତି ନିଆଯାଇଛି । ଜନ ଗଣନା-୨୦୨୭ ପାଇଁ ସନ୍ଦର୍ଭ ତାରିଖ ମାର୍ଚ୍ଚ ପହିଲା, ୨୦୨୭ ର ମଧ୍ୟରାତ୍ର ହେବ । କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଏବଂ ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ଅଣ-ସମକାଳୀନ ବରଫାବୃତ ଅଞ୍ଚଳ ତଥା ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ରାଜ୍ୟ ପାଇଁ, ସନ୍ଦର୍ଭ ତାରିଖ ଅକ୍ଟୋବର ପହିଲା, ୨୦୨୬ ର ମଧ୍ୟରାତ୍ର ହେବ । ଜନଗଣନା ଅଧିନିୟମ ୧୯୪୮ ର ଧାରା ୩ର ବ୍ୟବସ୍ଥା ଅନୁଯାୟୀ ଉପରୋକ୍ତ ସନ୍ଦର୍ଭ ତାରିଖ ସହିତ ଜନ ଗଣନା କରିବା ଉଦ୍ଦେଶ୍ୟରେ ବିଜ୍ଞପ୍ତି ସରକାରୀ ଗେଜେଟରେ ଆପାତତଃ ୧୬.୦୬.୨୦୨୫ ରେ ପ୍ରକାଶିତ ହେବ । ଭାରତର ଜନଗଣନା ଜନଗଣନା ଅଧିନିୟମ, ୧୯୪୮ ଏବଂ ଜନଗଣନା ନିୟମ, ୧୯୯୦ ର ବ୍ୟବସ୍ଥା ଅନୁଯାୟୀ ପରିଚାଳିତ ହୁଏ । ଭାରତର ଶେଷ ଜନଗଣନା ୨୦୧୧ ରେ ଦୁଇଟି ପର୍ଯ୍ୟାୟରେ ଯୋଜନା କରାଯାଇଥିଲା, ଯଥା ୧) ପ୍ରଥମ ପର୍ଯ୍ୟାୟ-ଗୃହ ତାଲିକା (ଏଚଏଲଓ) (୧ ଏପ୍ରିଲରୁ ୩୦ ସେପ୍ଟେମ୍ବର ୨୦୧୦) ଏବଂ (୨) ଦ୍ୱିତୀୟ ପର୍ଯ୍ୟାୟ-ଜନ ଗଣନା (ପିଇ) (୦୯ ଫେବୃଆରୀରୁ ୨୯ ଫେବୃଆରୀ ୨୦୧୧) ସନ୍ଦର୍ଭ ତାରିଖ ସହିତ ମାର୍ଚ୍ଚ ପହିଲା, ୨୦୧୧ ମଧ୍ୟରାତ୍ର, ଜାମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶର ବରଫାବୃତ ଅଣ-ସମକାଳୀନ ଅଞ୍ଚଳକୁ ଛାଡ଼ିଦେଲେ, ଯେଉଁଥିପାଇଁ ଏହା ୧୧ ରୁ ୩୦ ସେପ୍ଟେମ୍ବର ୨୦୧୦ ରେ ଅନୁଷ୍ଠିତ ହୋଇଥିଲା, ଯାହାର ସନ୍ଦର୍ଭ ତାରିଖ ଅକ୍ଟୋବର, ପହିଲା, ୨୦୧୦ ମଧ୍ୟରାତ୍ର ଥିଲା । ୨୦୨୦ ଏପ୍ରିଲ-ସେପ୍ଟେମ୍ବର ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଏବଂ ୨୦୨୧ ଫେବୃଆରୀରେ ଦ୍ୱିତୀୟ ପର୍ଯ୍ୟାୟ ସହିତ ସମାନ ଢଙ୍ଗରେ ଦୁଇଟି ପର୍ଯ୍ୟାୟରେ ଜନଗଣନା ୨୦୨୧ ଆୟୋଜନ କରାଯିବାର ପ୍ରସ୍ତାବ ଦିଆଯାଇଥିଲା । ୨୦୨୧ ରେ ଅନୁଷ୍ଠିତ ହେବାକୁ ଥିବା ଜନଗଣନାର ପ୍ରଥମ ପର୍ଯ୍ୟାୟ ପାଇଁ ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଥିଲା ଏବଂ ଏପ୍ରିଲ୍ ୧, ୨୦୨୦ ରୁ କିଛି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କ୍ଷେତ୍ର ସ୍ତରରେ କାର୍ଯ୍ୟ ଆରମ୍ଭ ହେବାର ଯୋଜନା ଥିଲା । ତେବେ ସାରା ଦେଶରେ କୋଭିଡ-୧୯ ମହାମାରୀ ବ୍ୟାପିବା କାରଣରୁ ଜନଗଣନା କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା ।