centurian jitm

କୁରୁଲ ହାଇସ୍କୁଲରେ ପ୍ଲାଷ୍ଟିକ ବର୍ଜନ କର୍ମଶାଳା ଓ ଜନ ସଂସାଧନ ଦିବସ

nschool

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ଗତ ୧୦ ତାରିଖ ଦିନ ଜଳ ସଂସାଧନ ଦିବସକୁ ମନେ ପକାଇ ଛାତ୍ରଛାତ୍ରୀଙ୍କୁ ଜଳ ସଂରକ୍ଷଣ ଜରୁରୀ ଓ ଜାର ବ୍ୟବହାର ଉପରେ ଏକ ଆଲୋଚନାଚକ୍ର ସାଂଗକୁ ପ୍ଲାଷ୍ଟିକ୍‌ ବର୍ଜନ କର୍ମଶାଳା ସଂପନ୍ନ ହୋଇଯାଇଛି । ବିଦ୍ୟାଳୟର ପଢ଼ୁଥିବା ୨୦୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କରୋନା କଟକଣା ତଥା ସରକାରୀ ନିୟମାନୁଯାୟୀ୭୧ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଥମେ ଜାମଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ କରୋନା ପରୀକ୍ଷା କରାଇ ସେଥିମଧ୍ୟରୁ ୫୦ ଜଣଙ୍କୁ ନେଇ ସମଦୂରତା ମାନି ଉକ୍ତ କର୍ମଶାଳା କରାଯାଇଥିଲା । କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସହକାରୀ କୃଷି ଅଧିକାରୀ ଜଗବନ୍ଧୁ ପଟେଲ ବଉଦ ଜିଲ୍ଲା କଂଟାମାଳ ବ୍ଲକ, ବରିଷ୍ଠ ଶିକ୍ଷକ ଅମର ଦୀପ ପାଣିଗ୍ରାହୀ । ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଦାନ କରିଥିଲେ ପ୍ରକୃତି ବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକ । ସଭାପତିତ୍ୱ କରିଥିଲେ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା । ମୁଖ୍ୟଅତିଥି ଜଳର ବ୍ୟବହାର ଓ ତାର ସଂଚାଳନ ଉପରେ ପୁଂଖାନୁପୁଂଖ ଆଲୋଚନା କରି ଆଗାମୀ ବଂଶଧରଙ୍କ ପାଇଁ ଜଳ ସଂରକ୍ଷଣ ଜରୁରୀ ବୋଲି ବକ୍ତବ୍ୟ ପ୍ରଦାନ କରି ପ୍ଲାଷ୍ଟିକ ବ୍ୟବହାରର ଭୟାବହତା ଉପରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ଶେଷ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ବିଦ୍ୟାଳୟ ପରିସରର ଖେଳପଡ଼ିଆ ଓ ରାସ୍ତାକଡ଼ରେ ଥିବ ପ୍ଲାଷ୍ଟିକକୁ ସଂଗ୍ରହ କରି ଏକ ପିଟ୍‌ ଭିତରେ ପକାଇ ପରିବେଶ ସଚେତନତା ଆଣିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଶିକ୍ଷକ ପ୍ରମୋଦ ହୋତା, ଆନନ୍ଦ କୁମାର ସାହୁ, ସୁରେନ୍ଦ୍ର ନାଏକ, ସୌଭାଗ୍ୟ ପୂଜାରୀ, ରାମକୁମାର ରାଉତ, ଶୁକଦେବ ପଟେଲ, ନକୁଳ ନାଏକ, ରଘୁନାଥ ପଟେଲ ଓ ତ୍ୟା ବଗର୍ତ୍ତୀ ପ୍ରମୁଖ ।

Leave A Reply

Your email address will not be published.