oum

କରୋନା କଟକଣା ସତ୍ୱେ ମା’ ଜଗତ ଜନନୀ ସବୁ ମଣ୍ଡପରେ ପାଉଛନ୍ତି ପୂଜା

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସହ ଓଡ଼ିଶାର ସବୁ ସହର ଗୁଡିକରେ ସରକାରୀ ଗାଇଡ଼ ଲାଇନ ଅନୁସାରେ ଚାଲିଛି ମା’ ଜଗତ ଜଣାନୀଙ୍କ ପୂଜାର୍ଚ୍ଚନା । ବଲାଙ୍ଗିର ସହରର ରୁଗୁଡିପଡ଼ା, ଟିକ୍ରାପଡ଼ା, ଶାନ୍ତିପଡ଼ା, ଗାନ୍ଧୀନଗରପଡା ଆଦି ସ୍ଥାନରେ ମା’ଙ୍କ ନବଦୁର୍ଗା ପୂଜା ହେଉଥିବା ବେଳେ ଗ୍ରାମାଂଚଳ ଓ ସହରର ଅନ୍ୟ ମଣ୍ଡପ ଗୁଡିକରେ ଆରମ୍ଭ ହୋଇଯାଇଛି ସପ୍ତମୀ ଓ ଅଷ୍ଟମୀ ପୂଜା ।

ବଲାଙ୍ଗିର ସହର ମଧ୍ୟରେ ଥିବା ରାଜେନ୍ଦ୍ରପଡ଼ା ପୂଜା କମିଟି ଚଳିତ ବର୍ଷ ୧୧ତମ ବର୍ଷରେ ପଦାର୍ପଣ କରିଛି । ଚଳିତ ବର୍ଷ ପୂଜାରେ କର୍ତ୍ତା ଭାବେ ରାଜେନ୍ଦ୍ରପଡ଼ାର ସସ୍ମିତା ସାହୁ ଓ ତାଙ୍କ ସ୍ବାମୀ ସୂର୍ୟ୍ୟକାନ୍ତ ସାହୁ ପୂଜା ମଣ୍ଡପରେ ପୂଜାର୍ଚ୍ଚନାର ସୁଯୋଗ ପାଇ ଧନ୍ୟ ହୋଇଛନ୍ତି। ଅନ୍ୟପଟେ ରାଜେନ୍ଦ୍ରପଡ଼ା ପୂଜା କମିଟିର ସଭାପତି ଅଶୋକ କୁମାର ରାଉତ ଚଳିତ ବର୍ଷ ସରକାରଙ୍କ ସମସ୍ତ ନିର୍ଦେଶନୁସାରେ ପୂଜାବିଧି ହେଉଥିବା ସୂଚୀତ କରିଛନ୍ତି । ମା’ ଜଗତଜନନୀଙ୍କ ଦର୍ଶନରୁ ବଂଚିତ ହୋଇଛ‌ନ୍ତି ଭକ୍ତମାନେ ଓ ପ୍ରାର୍ଥନା କରିଛନ୍ତି ଏହି ମହାମାରୀରୁ ସଂସାରବାସୀଙ୍କୁ ଉଦ୍ଧାର କରିବା ପାଇଁ । ତେବେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଅନୁପସ୍ଥିତିରେ ପୂଜା ପାଉଛନ୍ତି ମା’ ଜଗତ ଜନନୀ । ଯାହା ଫଳରେ ସବୁ ଦେବୀ ପୀଠ ଗୁଡିକରେ ଖାଁ ଖାଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଭକ୍ତି ଭାବରେ ବନ୍ଧା ଭକ୍ତ ସମୂହ ଏହି ପର୍ବକୁ କଟକଣା ସହ ପାଳନ କରୁଛ‌ନ୍ତି ।

Leave A Reply

Your email address will not be published.