କୋହଲା ଲଗାଇ ଜାଗର ପାଳିଲେ ଦାସୁଡୁ ସତ୍ୟମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା କଳାକେନ୍ଦ୍ର ଛତ୍ରପୁରର ଘଡ଼ଘଡାପଲ୍ଲୀର ଏକ ଆଧ୍ୟାତ୍ମିକ ସଂସ୍ଥା ପକ୍ଷରୁ କୋହଲା ପ୍ରଦୀପ ଶିଖା ଜାଳି ପ୍ରଭୁଙ୍କ ନାମ ଗାନକରି ଜାଗର ପାଳିଛନ୍ତି । ମଲ୍ଲିକେଶ୍ୱର ମନ୍ଦିରରୁ ଶ୍ରୀ ନୃସିଂହ ଠାକୁରଙ୍କ କୋହଲା ଜାଳି ଏକ ଶୋଭାଯାତ୍ରାରେ ବାହାରି ନଗର ପରିଭ୍ରମଣ ସହ ହରିନାମ ଗାନ କରି ଜାଗର ପାଳିବା ଏକ ନିଆରା ପରମ୍ପରା ହୋଇଛି । ଏହା ପ୍ରତିବର୍ଷ ଏହି ପରମ୍ପରା ବଜାୟ ରଖିଆସିଛନ୍ତି ବୋଲି ଦାସୁଡୁ ଗୁରୁ ସତ୍ୟମ କହିଛନ୍ତି । ଲୋକଙ୍କୁ ଭକ୍ତିବାଦର ପ୍ରଚାର ସ୍ୱରୂପ ରାତି ତମାମ ଦାସୁଡୁ ଗୁରୁ ସତ୍ୟମଙ୍କ ନେତୃତ୍ୱରେ ଦାସୁଡୁ ଦଳ ସମସ୍ତ ଛତ୍ରପୁରର ଶୈବାଳୟ, ଦେବାଳୟର ପ୍ରାସାଦ, ବେଢ଼ା ପରିକ୍ରମା କରିବା ପୂର୍ବକ ନାମ ସଂକୀର୍ତ୍ତନ କରି ଜାଗର ମେଳାକୁ ଉତ୍ସବମୁଖର କରିଥିଲେ । ଛତ୍ରପୁର ସହରର ବିଶ୍ୱେଶ୍ୱର ମନ୍ଦିର, ନୃସିଂହନାଥ ମନ୍ଦିର, ନୀଳକଣ୍ଠେଶ୍ୱର ମନ୍ଦିର, ଚନ୍ଦ୍ରଶେଖର ମନ୍ଦିର, ଗୌରୀଶଙ୍କର ମନ୍ଦିର, ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଆଦି ଅନେକ ମନ୍ଦିର ବେଢ଼ା ପରିକ୍ରମା ଏବଂ ମନ୍ଦିର ପରିକ୍ରମଣ କରି ହରି ନାମରେ ଝାଞ୍ଜ-ତାଳ ବଜାଇ ହିନ୍ଦୁଧର୍ମର ଲୋକଙ୍କୁ ଭକ୍ତିବାଦର ଜାଗୃତି ଆଣିଛନ୍ତି । ହରିନାମ ଓ ଶ୍ରୀନୃସିଂହ ଠାକୁରଙ୍କ ପ୍ରଚାର ସ୍ୱରୂପ ନିଷ୍ଠାପର ଭାବେ ଶିବ ଭଗବାନଙ୍କ ଜାଗର ପାଳିବା ଏକ ଅନନ୍ୟ ନିଆରା ପରମ୍ପରା ହୋଇଛି ।

Leave A Reply

Your email address will not be published.