om academy

ଜବର ଦଖଲ ହଟିଲା : ମାଟିରେ ମିଶିଲା ମଦ ଦୋକାନ

jsm

ରାଇରଙ୍ଗପୁର : ବଢିଚାଲିଛି ଜବର ଦଖଲ। ଏହି ସମସ୍ୟା କେବଳ ଗୋଟିଏ ‌ସ୍ଥାନରେ ନୁହେଁ, ସାରା ଓଡ଼ିଶାରେ ଏଭଳି ସ୍ଥିତି । ତେବେ ରାଇରଙ୍ଗପୁରରେ ଜବର‌ ଦଖଲ୍‌ ଉେ‌ଚ୍ଛଦ ହୋଇଛି । ସରକାରୀ ଜାଗାକୁ ଦଖଲ କରି ସାଧାରଣ ପାନ ଗୁଟକା ଦୋକାନଠୁ ଆରମ୍ଭ କରି ହୋଟେଲ, ଏପରିକି ମଦ ଦୋକାନ ମଧ୍ୟ ଚାଲୁଥିଲା । ଏଥିଯୋଗୁଁ ଟ୍ରାଫିକ ସମସ୍ୟା ମଧ୍ୟ ଲାଗି ରହିଥିଲା । ଚେତିଲା ପ୍ରଶାସନ । ପ୍ରଶାସନର ଜବର ଦଖଲ ଉଚ୍ଛେଦ କାର୍ୟ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି । ଏପରି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବିଜାତଳାରେ । ଜବର୍‌ ଦଖଲ୍‌ରେ ଥିବା ମଦ ଦୋକାନ ବି ମାଟିରେ ମିଛି, ଯାହା ସାଧାରଣ ଲୋକ‌ଙ୍କୁ ଆଶ୍ୱସ୍ତ କରିଛି । ଜେସିବି ମେସିନ ଦ୍ଵାରା ଡାକ୍ତରଖାନା ସମ୍ମୁଖ ଓ ପାର୍ଶ୍ଵରେ ଥିବା ବେଆଇନ ଦୋକାନ ଗୃହ ସବୁକୁ ଭଙ୍ଗା ଦିଆଯାଇଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ନଜର ରଖି ରାଇରଙ୍ଗପୁର ତହସିଲଦାର ଜଗତ ରଞ୍ଜନ ବେହେରା ଓ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ଶତପଥୀ ମାଜିଷ୍ଟ୍ରେଟ ଦାୟିତ୍ୱରେ ଉପସ୍ଥିତ ରହିବା ସହିତ ବ୍ୟାପକ ପୁଲିସ ବ୍ୟବ‌ସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.