pr

ପାଟଣାଗଡରେ ଆଇଟିଆଇ ଖୋଲିବା ନିଷ୍ପତ୍ତିକୁ ନେଇ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶାର ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କୁ ଆତ୍ମ ନିଯୁକ୍ତି ସୁଯୋଗ ଦେବା ସକାଶେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବୀପତ୍ର ଦିଆଯାଇଥିଲା । ସଂଘର ଉକ୍ତ ଦାବୀପତ୍ରଟିକୁ ସରକାର ଗୁରୁତ୍ୱର ସହିତ ନେଇ ଦାବୀ ପୁରଣ କରି ସମ୍ବଲପୁର ଜିଲ୍ଲାର ଶିଳ୍ପ ତାଲିମ କେନ୍ଦ୍ର ଖୋଲିବା ପାଇଁ ମଞ୍ଜୁରୀ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସଂଘ ତରଫରୁ ଅଶେଷ ଅଶେଷ କୃତଜ୍ଞତା ଜଣାଇଛି । କୁଚିଣ୍ଡାରେ ନୂଆ ଆଇ.ଆଇ.ଟି ପ୍ରତିଷ୍ଠା ଦ୍ୱାରା କୁଚିଣ୍ଡା, ବାମରା ଓ ଜମନକିରାର ଯୁବ ସମାଜ ଉପକୃତ ହେବେ । ବଲାଙ୍ଗିର ପାଟଣାଗଡରେ ପ୍ରତିଷ୍ଠିତ ଆଇ.ଆଇ.ଟି. ୪ଟି ଟ୍ରେଡ୍‌ରେ ୨୪୦ ଗୋଟି ଶିକ୍ଷିତ ବେକାର ଯୁବକ/ ଯୁବତୀମାନେ ଆତ୍ମ ନିଯୁକ୍ତି ପାଇ ପାରିବେ । ପ୍ରକାଶ ଥାଉକି ଯେ, ସମ୍ବଲପୁର ଆଖପାଖରେ ଅନେକ ଶିଳ୍ପାନୁଷ୍ଠାନ ଗଢି ଉଠୁଥିବାରୁ ଏହା ଛାତ୍ର/ଛାତ୍ରୀଙ୍କ ପାଇଁ ବିପୁଳ ଆତ୍ମ ନିଯୁକ୍ତି ସୃଷ୍ଟି କରିବ । ତେଣୁ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ତଥା ସାଂସଦ (ରାଜ୍ୟସଭା) ନିରଞ୍ଜନ ବିଶି, କଳାହାଣ୍ଡି ଜିଲ୍ଲା ସଭାପତି ପରମାନନ୍ଦ ମାଝି, ନୁଆଁପଡା ଜିଲ୍ଲା ସଭାପତି ଭାନୁ ପ୍ରତାପ ସିଂ ମାଝି, ସୋନପୁର ଜିଲ୍ଲା ସଭାପତି ଯୋଗିନ୍ଦ୍ର ଭୋଇ, ବରଗଡ ସଭାପତି କୁଞ୍ଜ ବିହାରୀ ଭୋଇ ପଶ୍ଚିମ ଓଡିଶା ଉପସଭାପତି ଭଦ୍ରଚରଣ କିଶାନ, ସଂଘ ସାଧାରଣ ସଂପାଦକ ବାଳକୃଷ୍ଣ ଶବର, ବନଲତା ମାଝି, ଶ୍ୟାମ ସୁନ୍ଦର ଧରୁଆ, ପ୍ରକାଶ ମାଝି, ସମ୍ବଲପୁର ଜିଲ୍ଲା ସଭାପତି ଅକ୍ଷର କୁମାର ଭୋଇ, ଉନ୍‌ମନ ମୁଣ୍ଡା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ତଥା କୋଟି କୋଟି ଧନ୍ୟବାଦ ଜ୍ଞାପନ କରିଛନ୍ତି ।

nrusinghnath
Leave A Reply

Your email address will not be published.