ବଲାଙ୍ଗିର, (କେପିଏନ୍ଏସ୍) : ହେଲୁଆ ହେଲେ ହେବ୍ଲେଇ ଦେସି ସମିଆଁ । ହୁସିଆର୍ ହ’, ଥାବେ ରହ । ଦିନୁଁ ଦିନ୍କେ ଆର୍ ଆର୍ ଲହଁକୁଛେ କରୋନା । ମାଡ଼ି ବସୁଛେ ଯାହିଁ ପାର୍ଲେ ତାହିଁ । ବଲାଙ୍ଗିର ଜିଲ୍ଲା ଥି ଫେର୍ ଆଏଜ୍ ୪୫୯ ଜନ ନୂଆଁ କରୋନା ରୋଗୀ ବାହାରିଛନ୍ । ଜିଲ୍ଲା ପ୍ରଶାସନ ବି ବଢ଼ୁଥିବାର୍ ସଂକ୍ରମଣ କେ ନଜର୍ ଥି ରଖିକରି ବଲାଙ୍ଗିର ସହର୍ର ଦୁଇଟା ଠାନ୍କେ ମାଇକ୍ରୋ କନ୍ଟେନ୍ମେଣ୍ଟ ଜୋନ୍ କରି ସାରିଛେ । ଆମର୍ ରାଏଜ୍ ଥି ଆଏଜ୍ ୮୬୮୧ ନୂଆ ରୋଗୀ ସାମ୍ନା କେ ଆସିଛନ୍ । ଏନ୍ତା ସମିଆଁ ଥି ସମ୍କୁ ହୁସିଆର୍ ହେବାକେ ପଡ଼୍ବା, ଥାବେ ରହେବାର୍କେ ପଡ଼୍ବା ।
ଜିଲ୍ଲାବାସୀ କେ ବିନ୍ତି, ନିହାତି ଦର୍କାର୍ ନେଇଁ ପଡ଼୍ଲେ ଘରୁ ଭଁଟାକେ ନେଇଁ ବାହାରୁନ୍ । ଘରେ ରହୁନ୍ । ସବୁବେଲେ ମୁହେଁ ମାସ୍କ ପିନ୍ଧୁନ୍, ସାନିଟାଇଜର୍ ବେଭାର୍ କରୁନ୍, ଭିଡ଼୍ଭାଡ଼ ଠାନ୍ କେ ନିସ୍ପତି ନେଇଁ ଯଉନ୍, ହର୍ମେସା ହାତ୍ ଧୁଉନ୍, ସଫା ସୁତ୍୍ରା ରହୁନ୍ । ସରକାରୀ କରୋନା ନିଅମ୍ କେ ପାଲନ୍ କରୁନ୍ ।
କରୋନା କେ ହର୍ବାର୍ ଖାଲି ସର୍କାର୍ର କବାର୍ ନେଇଁସେ, ଆମର୍ ସମ୍କର୍ କବାର୍ । ଆମେ ମାନିଗୁନି କରି ଥାବେ ରହେଲେ, ଆମର୍ ମଙ୍ଗଲ୍ ହେବା, ମୁନୁଷ୍ ଜାଏତ୍ର ବି ମଙ୍ଗଲ୍ ହେବା ।