ହରିଶଙ୍କର ଦର୍ଶନ କରି ଫେରିଲେ ୫-ଟି ସଚିବ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତଥା ପୁଣ୍ୟ କ୍ଷେତ୍ର ହରିଶଙ୍କରକୁ ରବିବାର ଗସ୍ତ କରିଥିଲେ ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି କେ ପାଣ୍ଡିଆନ । ହେଲିକେପ୍ଟର ଯୋଗେ ଅପରାହ୍ନ ୧ଟାରେ ହରିଶଙ୍କରରେ ପହଞ୍ଚି ପ୍ରଥମେ ହରିଶଙ୍କର ମନ୍ଦିର ଦର୍ଶନ କରିଥିଲେ । ଦେବୋତ୍ତର କମିଟି ତରଫରୁ ଫୁଲତୋଡ଼ା ଓ ଉପଢ଼ୌକନ ଦେଇ ତାଙ୍କୁ ସ୍ୱାଗତ କରାଯାଇଥିଲା । ମନ୍ଦିର ଦର୍ଶନ ପରେ ଚାଲିଥିବା ଉନ୍ନୟନ କାମ ଦେଖିବା ସହ ତ୍ୱରାନ୍ୱିତ କରିବାକୁ କହିବା ସହ ନଭେମ୍ବର ମାସ ସୁଦ୍ଧା ଶେଷ ହେବ ବୋଲି କହିଥିଲେ । ପରେ ଜନସାଧାରଣଙ୍କଠାରୁ ଆପତ୍ତି ଅଭିଯୋଗ ଗ୍ରହଣ କରି ୭ ଦିନ ମଧ୍ୟରେ ସମାଧାନ କରିବାକୁ କହିଥିଲେ । ପରେ ମିଶନ ଶକ୍ତି କ୍ଷୁଦ୍ର ନିର୍ମାଣ ଉଦ୍ୟୋଗ୍ କେନ୍ଦ୍ର ବୁଲି ଦେଖିଥିଲେ । ପରେ ମିଶନ ଶକ୍ତି କଫେ ବୁଲିବା ସହ ମଧ୍ୟାହ୍ନ ଭୋଜନ କରି ଫେରିଯାଇଥିଲେ । ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିନିଲ କ୍ରିଷ୍ଣା, ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇ ଅର୍ଜୁନ ବେହେରା, ପାଟଣାଗଡ ଉପ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ, ଓଏଲ୍‌ଏମ୍‌ ଡିପିଏମ୍ ସୁମନ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବ୍ୟାପକ ପୋଲିସ ମୁତୟନ ହୋଇଥିବା ବେଳେ ହଜାର ହଜାର ଏସ୍‌ଏଚ୍‌ଜି ମହିଳା ଉପସ୍ଥିତ ଥିଲେ ।

Leave A Reply

Your email address will not be published.