oom

ଭାରସାମ୍ୟ ହରାଇ ବାଇକ୍‌ ଦୁର୍ଘଟଣାଗ୍ରସ୍ତ, ଯୁବକ ଗୁରୁତର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରସାମ୍ୟ ହରାଇ ଜଣେ ବାଇକ୍‌ ଚାଳକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗଭୀର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଦେଓଗାଁ ଥାନା ବଗଡ଼ା ଗାଁରୁ ବଲାଙ୍ଗିର ସହରକୁ ବାଇକ୍‌ ଯୋଗେ ପ୍ରକାଶ ସାହୁ(୩୦) ମେଡ଼ିକାଲ୍‌ କାମରେ ଆସୁଥିବା ବେଳେ କୁରୁଲ ନିକଟରେ ରାସ୍ତା ଉପରେ ଡମ୍ଫର ଗାଡ଼ିକୁ ସାଇଟ୍‌ ଦେବାକୁ ଯାଇ ଏକ ଗେଠିଗଦା ସ୍ଥାନରେ ଭାରସାମ୍ୟ ହରାଇ ବାଇକ୍‌ରୁ ପଡ଼ିଯିବା ଫଳରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ହୋଇଛି । ଏଥି ସହିତ ତାଙ୍କ ହାତ ଭାଙ୍ଗିବା ସହ କଲର୍‌ବୋନ୍‌ ଫେକ୍‌ଚର୍‌ ହୋଇଥିବା ମଧ୍ୟ ଜଣାପଡ଼ିଛି । ତାଙ୍କୁ ଘଟଣା ସ୍ଥଳରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବଲାଙ୍ଗିର ବିବିଏମ୍‌ସିଏଚ୍‌ରେ ଭର୍ତ୍ତି କରିଥିବା ସୂଚନା ରହିଛି ।

jittmm
Leave A Reply

Your email address will not be published.