centurian jitm

ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ନବଗତଙ୍କୁ ସ୍ୱାଗତ ଓ ଗ୍ରାଜୁଏସନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ କୁନି କୁନି ପିଲାମାନଙ୍କର ସ୍ୱାଗତ ଓ ଗ୍ରାଜୁଏସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜ୍ଞାନଜ୍ୟୋତି ଚାରିଟେବଲ ଟ୍ରଷ୍ଟର ଚେୟାରପର୍ସନ ଡକ୍ଟର ମିନାକ୍ଷୀ ଷଡ଼ଙ୍ଗୀ ଯୋଗଦେଇଥିଲେ । ମିଡ଼ିଆ କ୍ଲବର ସାଧାରଣ ସମ୍ପାଦକ ତଥା ଉତ୍କଳ ମେଲର ପରିଚାଳନା ସମ୍ପାଦକ ବିବେକାନନ୍ଦ ଦାସ, ସମ୍ମାନିତ ଅଥିତି ଭାବେ ଯୋଗ ଦେଇଥିଲେ । ସ୍କୁଲର ଅଧ୍ୟକ୍ଷ ଜଳଧର ମହାପାତ୍ର ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ଓ ପିଲାମାନଙ୍କୁ ସ୍କୁଲରେ ଉତ୍ତମ ଶିକ୍ଷା ପ୍ରଦାନ କରିବା ସାଙ୍ଗେ ଅନେକ ନୈତିକ ଶିକ୍ଷା ଯୋଗାଇ ଦିଆଯାଉଛି ବୋଲି କହିଥିଲେ । ସଭାକାର୍ଯ୍ୟକୁ ସ୍ଵର୍ଣ୍ଣଲତା ସାମଲ ପରିଚାଳନା କରିଥିଲେ । ପିଲାମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ପିଲାଙ୍କୁ ମାନପତ୍ର ବିତରଣ କରିଥିଲେ । ଭାଇସ ପ୍ରିନ୍ସିପାଲ ଲଲାଟେନ୍ଦୁ ମହାନ୍ତିଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମକର୍ତ୍ତାମାନେ ଏଥିରେ ସହଯୋଗ କରିଥିଲେ । ଶେଷରେ ଜଲି କରୱା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.