ଅଇଁଲାସାରି ଗ୍ରାମରେ ଗୋଷ୍ଠୀ ସଂଘର୍ଷ : ୧୨ ଗିରଫ, ୨ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

ପୁଇଁନ୍ତଲା, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ପୁଇଁନ୍ତଳା ବ୍ଲକ ଅଇଁଲାସାରି ଗ୍ରାମରେ ଗୋଷ୍ଠୀ ସଂଘର୍ଷର ଖବର ମିଳିଛି । ଏହି ଘଟଣାରେ ଦଳିତପଡାର ପ୍ରାୟ ୩୦ଟି ପରିବାରର ଘର ଓ ସାମଗ୍ରୀକୁ ନଷ୍ଟ କରି ଦିଆ ଯାଇଥିବା ବେଳେ ୨ଜଣ କ୍ଷତାକ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଆହୁରି ୧୨ ଜଣଙ୍କୁ ପୁଇଁନ୍ତଲା ପୋଲିସ ଅଟକ ରଖିଛି । ସମାନ ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟରେ ଏହା ଭୂଲ ପ୍ରମାଣିତ ହୋଇଥିବା ପୋଲିସ କହିଛି ।


ସୂଚନାରୁ ପ୍ରକାଶ ଯେ, ଆଜି ସକାଳୁ କିଛି ଦଳିତ ମହିଳା ଶୌଚ କରୁଥିବା ବେଳେ ଏହାକୁ ନେଇ କିଛି ଲୋକ ଅସଭ୍ୟ ଟିପ୍ପଣି କରିଥିଲେ । ଫଳରେ ଦଳିତମାନେ ଅଭିଯୋଗ ନେଇ ମୁଖ୍ୟ ବସ୍ତିକୁ ଯାଇ ସରପଞ୍ଚଙ୍କୁ ଜଣାଇଥିଲେ । ଏଥିରେ ପ୍ରବଳ ପାଟିତୁଣ୍ଡ ହେଲା ପରେ ସରପଞ୍ଚ ରାଗି ଯାଇ ସମସ୍ତେ ମିଶି ସେମାନଙ୍କ ଘର ଦ୍ୱାର ଭାଙ୍ଗି ଦିଅ ଓ ଯେ ବିରୋଧ କରୁଛି ତାକୁ ପ୍ରବଳ ମାଡ ମାର ବୋଲି କହିଥିବା କୁହାଯାଇଛି । ପରେ ପରେ ସବର୍ଣ୍ଣ ମାନେ ହରିଜନ ପଡାକୁ ଯାଇ ଅନେକ ଘର, ସାମଗ୍ରୀ ଭଙ୍ଗାରୁଜା କରିବା ସହ ଗାଡିଗୁଡିକୁ ଚୁରମାର କରି ଭାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ଦଳିତ ପରିବାରମାନୋ ପୋଲିସ ଘଟଣା ସ୍ଥଳକୁ ପହଂଚି ସ୍ଥିତିକୁ ଆୟତ୍ତ କରିଛି । ତେବେ ଘଟଣାର ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ଆସି ପାରିନାହିଁ ।

Leave A Reply

Your email address will not be published.