
ଟିଟିଲାଗଡ଼, (ଗୌରବ ଦର୍ଜୀ) : ଚତୁର୍ଥ ଶ୍ରେଣୀର ଛାତ୍ର କେଏଚ୍. ଆର୍ଯ୍ୟନ୍ ମାଝୀ ଯୁଡେ଼ା ପ୍ରତିଯୋଗିତାରେ ଗୋଲ୍ଡ଼୍ ମେଡ଼ାଲ୍ ପାଇଥିବା ବେଳେ ଟିଟିଲାଗଡ଼ର ବିଭିନ୍ନ ମହଲରୁ ଆର୍ଯ୍ୟନ୍ଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି । ଏହି ୯ ବର୍ଷର ବିସ୍ମୟ ବାଳକ ସେଣ୍ଟ ଟେନିସ୍ ସ୍କୁଲରେ ଅଧ୍ୟୟନରତ । ଟିଟିଲାଗଡ଼ ସହରର ହାଟପଦାପଡ଼ାର ନିବାସୀ ତଥା ଟିଟିଲାଗଡ଼ ବ୍ଲକ୍ରେ ଏବିଓ ଭାବେ କାର୍ଯ୍ୟରତ ଅଭିରାମ ମାଝୀ ଓ ମୁରିବାହାଲ ବ୍ଲକ୍ର ଲାଂଚି ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ କେ. ମାଧବୀ କ୍ରିଷ୍ଣା ଦୋରାଙ୍କ କନିଷ୍ଠ ପୁତ୍ର କେଏଚ୍. ଆର୍ଯ୍ୟନ୍ ୨୦୨୦ ମସିହାରେ ‘ଓଡ଼ିଶା କ୍ୱାନ୍ କି ଡୋ ଏସୋସିଏସନ୍’ ଦ୍ୱାରା ଆୟୋଜିତ ‘ସିଙ୍ଗଲ୍ ଲେଗ୍ କିକ୍’ ଓ ‘ମିଡ଼ିଲ୍ ପନ୍ଚ୍’ ପ୍ରତିଯୋଗିତା ବିଭାଗରେ ଭାଗ ନେଇ ଚମକ୍ରାର ପ୍ରଦର୍ଶନ କରିବା ସହ ବିଚାରକଙ୍କ ହୋସ୍ ଉଡେ଼ଇ ଦେଇଛନ୍ତି । ଓଡ଼ିଶା କ୍ୱାନ୍ କି ଡୋ ଏସୋସିଏସନ୍ ଟିଟିଲାଗଡ଼ ଶାଖାର ଛାତ୍ର ମାତ୍ର ନ’ ବର୍ଷର ବାଳକ ଆର୍ଯ୍ୟନ୍ ଖୁବ୍ ଦକ୍ଷତାର ସହ ଶିକ୍ଷା ଗ୍ରହଣ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ନିଜର ଦକ୍ଷତାର ପ୍ରମାଣ ଦେଇଛନ୍ତି ଓ ଗୁଡ଼ାଏ ପୁରସ୍କାର୍ର ଅଧିକାରୀ ହୋଇ ପାରିଛନ୍ତି । ସୂଚନାଯୋଗ୍ୟ ଯେ, ସେ ୨୦୧୮ ମସିହାରେ ଜିଲ୍ଲା ସ୍ତରୀୟ କରାଟେ ପ୍ରତିଯୋଗିତାରେ ବ୍ରୋଂଜ ମେଡ଼ାଲ ପ୍ରାପ୍ତ ହୋଇଥିବା ବେଳେ ୨୦୧୯ରେ ସିଲ୍ଭର୍ ମେଡ଼ାଲ୍ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଆଗାମୀ ସମୟରେ କେଏଚ୍. ଆର୍ଯ୍ୟନ୍ ଆହୁରି ଦକ୍ଷତାର ସହ ନିଜର ପାରଦର୍ଶିତା ପ୍ରଦର୍ଶନ କରିବା ପାଇଁ ନିଶ୍ଚୟ ସକ୍ଷମ ହେବେ ବୋଲି କୋଚ୍ମାନଙ୍କ ପକ୍ଷରୁ କୁହାଯାଇଛି । ଭବିଷ୍ୟତରେ ଜଣେ ଭାରତୀୟ ସେନା ଅଧିକାରୀ ହେବା ସହ ଅଲମ୍ପିକ୍ରେ ଭାଗ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି କେଏଚ୍.ଆର୍ଯ୍ୟନ୍ ।