csstore

ସରକାରୀ ପ୍ରାଣୀ ଚିକିତ୍ସାଳୟରେ ଗୋ-ସମ୍ବର୍ଦ୍ଧନା ଉତ୍ସବ ପାଳନ ସମୟରେ ଗୋ-ଚାଷୀଙ୍କ ଆକ୍ରୋଶ ପ୍ରଦର୍ଶନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡରେ ଥିବା ଉପଖଣ୍ଡୀୟ ପ୍ରାଣୀ ଚିକିତ୍ସାଳୟରେ ଆଜି ଗୋ-ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଛି । ଏହି ସମୟରେ ଟିଟିଲାଗଡ ଅଞ୍ଚଳରେ ଗାଈ ପାଳନ କରୁଥିବା କିଛି ଚାଷୀ ଆସି ଉତ୍ତେଜନା ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା । ଯେଉଁ ଗାଈ ଚାଷୀମାନଙ୍କ ପାଇଁ ଏହି ଉତ୍ସବଟି ରାଜ୍ୟ ସାରା ପାଳନ କରାଯାଉଛି, ସେହି ଚାଷୀମାନଙ୍କୁ ନିମନ୍ତ୍ରଣ ନ କରି କିପରି ଉତ୍ସବ ପାଳନ କରାଯାଉଛି ବୋଲି ଅଭିଯୋଗ କରିଥିଲେ । ଏହା ସହ ଗାଈମାନଙ୍କ ଚିକିତ୍ସାରେ ଅବହେଳା କରୁଥିବା ଓ ସରକାରୀ ସ୍ତରରେ ଆସୁଥିବା ଔଷଧର ବାଟମାରଣା କରୁଥିବା ଗାଈ ଚାଷୀମାନେ ଅଭିଯୋଗ କରିଛନ୍ତି । ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ଗୋ-ସମ୍ବର୍ଦ୍ଧନା ଉତ୍ସବ ଲାଇଭ ପ୍ରସାରଣ ଚାଲିଥିଲା । ଏହି ଉତ୍ସବ ଟିଟିଲାଗଡ ଉପଖଣ୍ଡୀୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରମାନନ୍ଦ ସେଠୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେଉଥିଲା । ଏଥିରେ ଟିଟିଲାଗଡ ଉପଖଣ୍ଡରେ ଥିବା ତୁରେକେଲା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଅଜୟ ସାହୁ, ଟିଟିଲାଗଡ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ବାଳକୃଷ୍ଣ ଦ୍ବିବେଦୀ, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ହରିଶ ଚନ୍ଦ୍ର ମାଥୁର, ସଇଁତଲା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ସଞ୍ଜୟ ମହାକୁର, ବଙ୍ଗୋମୁଣ୍ଡା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ତୁଷାର ରଞ୍ଜନ ନାୟକ, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ପଲ୍ଲବୀ ପ୍ରିୟଦର୍ଶିନୀ, ସହ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ସତ୍ୟ ପରିଡ଼ା, ମୁରିବାହାଲ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ସନ୍ଦୀପ ବାରିକ ଓ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଭବାନୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.