om academy

୨୫ ଗ୍ରାମ ଧଳା ଜହର ଜବତ, ଅଭିଯୁକ୍ତ ଗିରଫ

jsm

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା ଅଞ୍ଚଳରେ ଦିନକୁ ଦିନ ବେଆଇନ ନିଶାକାରବାର ବୃଦ୍ଧି ପାଉଥିବାବେଳେ ଚୋରା ନିଶା ବେପାରୀଙ୍କ ପ୍ରାଦୁର୍ଭାବ ସାଧାରଣ ଜନ ଜୀବନକୁ ଅସ୍ତବ୍ୟସ୍ତ କରୁଥିବା ନେଇ ଅଭିଯୋଗ ହେଉଛି । ତେବେ ଚୋରା ନିଶା ବେପାର ଧରପଗଡ଼ କ୍ଷେତ୍ରରେ ପୁଲିସ ଆଉ ପାଦେ ଆଗକୁ ଯାଇ ସକ୍ରିୟତା ଦେଖାଉଥିବାବେଳେ ଅବକାରୀ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ମନେ ହେଉଛି । ପ୍ରାପ୍ତ ସୂଚନା ମୁତାବକ ଶୁକ୍ରବାର ସକାଳ ୬ଟା ବେଳେ ହାଟ ଡେଲାଙ୍ଗ ଫାଣ୍ଡି ଅନ୍ତର୍ଗତ ବାୟାବଜାର ରେଳବାଇ ଫାଟକ ନିକଟରେ ବ୍ରାଉନ ସୁଗାର କାରବାର ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଡେଲାଙ୍ଗ ଥାନାଧିକାରୀ ଅନୀଲ କୁମାର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ମହିଳା ସବ୍ ଇନ୍ସପେକ୍ଟର ଲିଜା ମଲ୍ଲିକଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ଚଢ଼ାଉ କରି ଚୋରା ନିଶାବେପାରରେ ସମ୍ପୃକ୍ତ ଜଣେ ଅପରାଧିଠାରୁ ୨୫ ଗ୍ରାମ ବ୍ରାଉନ ସୁଗାର ସମେତ ଗୋଟିଏ ପଲସର ବାଇକ୍ ଜବତ କରିଥିବା ନେଇ ଏସ୍ଆଇ ଲିଜା ମଲ୍ଲିକ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଜଣକ ପୁରୀ ଜିଲ୍ଲା ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ସୁନାଖଳା ଗ୍ରାମର ଅନିରୁଦ୍ଧ ଜୟସିଂହ (୩୭) ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି । ଏ ସଂକ୍ରାନ୍ତରେ ଥାନାରେ ୧୪୭/୨୨ରେ ଏକ ମାମଲା ରୁଜୁ ହୋଇଥିବାବେଳେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଚଢ଼ାଉରେ ଡେଲାଙ୍ଗ ଥାନା ଏଏସ୍ଆଇ ଗୋପବନ୍ଧୁ ରାଉତ, ହାଟ ଡେଲାଙ୍ଗ ଫାଣ୍ଡି ଅଧିକାରୀ ଧନପତି ପିଙ୍ଗଙ୍କ ସମେତ କନଷ୍ଟେବଳ ଜିତେନ୍ଦ୍ର ସ୍ୱାଇଁ, ପ୍ରଶାନ୍ତ ପ୍ରଧାନ, ଗୃହରକ୍ଷୀ କମାଣ୍ଡର ପ୍ରମୋଦ ସେଠୀ ଓ ପ୍ରବୋକାଶ ପରିଡା ପ୍ରମୁଖ ସାମିଲ ଥିବା ନେଇ ଥାନାଧିକାରୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

Leave A Reply

Your email address will not be published.