p purohi

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୭୩ ଲିଟର ଦେଶୀ ରନ୍ଧା ମଦ ଜବତ : ୩ ଗିରଫ ସହ କୋର୍ଟ ଚାଲାଣ

dr. purohit

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଡଙ୍ଗିଆବାହାଲ ଓ ଇଲାପାଲି ଗାଁରୁ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ବେଆଇନ ଭାବେ ଦେଶୀ ମଦ ରନ୍ଧା ଯାଉଥିବା ଖବର ପାଇବା ପରେ ପାଟଣାଗଡ଼ ଅବକାରୀ ବିଭାଗର ଅଧିକାରୀ ସତ୍ୟନାରାୟଣ ଦାସଙ୍କ ନେତୃତ୍ୱରେ ସ୍ଥାନୀୟ ଅବକାରୀ ବିଭାଗର ଅଜିତ ସାହୁ, ବୁଲୁ ସେଠି, ଗୁଣମତି ମାଝୀ ସହ ଅନ୍ୟ କର୍ମଚାରୀମାନେ ଗାଁରେ ଚଢ଼ାଉ କରି ମଦ ରାନ୍ଧୁ ଥିବାବେଳେ ୭୩ ଲିଟର ଦେଶୀ ମଦ ଓ ଆବଶ୍ୟକ ଜିନିଷପତ୍ର ଜବତ କରିବା ସହ ୬ଟି ପ୍ଲାଷ୍ଟିକ ଜାର, ୪ଟି ପ୍ଲାଷ୍ଟିକ ଡ୍ରାମକୁ ଜବତ କରିବା ସହ ଅଭିଯୁକ୍ତ ଅଲେଖ ବରିହା, କୈଲାସ ଭୁଏ ଓ ଜନକେସନ ମଲ୍ଲିକଙ୍କୁ ପାଟଣାଗଡ଼ ଅବକାରୀ ବିଭାଗର କାର୍ଯ୍ୟାଳୟକୁ ଆଣି ପଚରାଉଚରା କରିବା ସହ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ପାଟଣାଗଡ଼ ଅବକାରୀ ବିଭାଗର ଅଧିକାରୀ ସତ୍ୟ ନାରାୟଣ ଦାସ ସୂଚନା ଦେଇଛନ୍ତି ।

nrusinghnath
Leave A Reply

Your email address will not be published.