om academy

ମୁରିବାହାଲ ନାବାଳିକା କଲେଜ ଛାତ୍ରୀଙ୍କୁ ଅପହରଣ ଘଟଣା : ଅଭିଯୁକ୍ତ ଯୁବକ ଗିରଫ

jsm
  • ପୋକସୋ କୋର୍ଟ ଚାଲାଣ, ୧୪ମାସ ପରେ ନାବାଳିକା ଉଦ୍ଧାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ସଦର ପଞ୍ଚାୟତ ଅଞ୍ଚଳର ଜଣେ ନାବାଳିକା କଲେଜ ଛାତ୍ରୀ (୧୬ବର୍ଷ)ଙ୍କୁ ଅପହରଣ ଘଟଣାରେ ପୁଲିସ ମୁରିବାହାଲ ପଞ୍ଚାୟତ ସାଲେପଡା ଗ୍ରାମର ଶିବ ଦୀପଙ୍କ ପୁଅ ଇନ୍ଦ୍ର ଦୀପ(୨୦)ଙ୍କୁ ଗିରଫ କରି ବଲାଙ୍ଗିର ପୋକସୋ କୋର୍ଟ ଚାଲାଣ କରିଛି । ପୁଲିସ ସୂତ୍ରରୁ ସୂଚନା ଆଧାରରେ ସଂପୃକ୍ତ ନାବାଳିକା କଲେଜ ଛାତ୍ରୀଜଣଙ୍କ ଗତ ୧୦/୦୪/୨୩ ଦିନ ସକାଳୁ ସେ ପାଠ ପଢୁଥିବା ଶିକ୍ଷାନୁଷ୍ଠାନକୁ ଆସି ଆଉ ଘରକୁ ଫେରି ନଥିଲେ । ଏ ସମ୍ପର୍କରେ ବହୁସ୍ଥାନରେ ଖୋଜାଖୋଜି କରିବା ପରେ ତାଙ୍କ ବାପା ଗତ ୧୧/୦୪/୨୩ ଦିନ ପ୍ରଥମେ ମୁରିବାହାଲ ଥାନାରେ ନିଜ ନାବାଳିକା କଲେଜ ପଢୁଆ ଝିଅ ନିଖୋଜ ଥିବା ନେଇ ଏକ ଏତଲା ଦେଇଥିଲେ । ପୁଲିସ୍ ଏକ ନିଖୋଜ ମାମଲା ରୁଜୁ କରି ପ୍ରଥମେ ତଦନ୍ତ ଆରମ୍ଭ କରିଥିଲା । ପରେ ତାଙ୍କ ନାବାଳିକା ଝିଅଙ୍କୁ ସାଲେପଡା ଗ୍ରାମର ଶିବ ଦୀପଙ୍କ ପୁଅ ଇନ୍ଦ୍ର ଦୀପ ଅପହରଣ କରି ନେଇ ରାୟପୁରରେ ରଖିଥିବା ସେ ଅଭିଯୋଗ କରିଥିଲେ । ଏହି ଚର୍ଚ୍ଚିତ ଘଟଣାକୁ ନେଇ ମୁରିବାହାଲ ଅଞ୍ଚଳର ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘ ଦିନ ଧରି ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ପୁଲିସ୍ ବାରମ୍ବାର ଚଢ଼ାଉ ଜାରି ରଖିଥିବା ବେଳେ ଅଭିଯୁକ୍ତ ମଧ୍ୟ ନାବାଳିକାଙ୍କୁ ନେଇ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିଲା । ଶେଷରେ ଦୀର୍ଘ ୧୪ମାସ ପରେ ଥାନା ସବ୍‌ଇନ୍ସପେକ୍ଟର ଦନାର୍ଦନ ଓରାମଙ୍କ ନେତୃତ୍ୱରେ ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ପ୍ରଥମେ ଚଢ଼ାଉ କରି ରାୟପୁରରୁ ନାବାଳିକାଙ୍କୁ ଉଦ୍ଧାର କରିଥିବା ବେଳେ ପରେ ଅଭିଯୁକ୍ତ ଇନ୍ଦ୍ର ଦୀପଙ୍କୁ ଗିରଫ କରି ଥାନାକୁ ଆଣିଥିଲା । ଅଭିଯୁକ୍ତ ଓ ନାବାଳିକାଙ୍କ ଡାକ୍ତରୀମାଇନା ସହ ଅଧିକ ତଦନ୍ତ କରି ନାବାଳିକାଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ନାବାଳିକା କଲେଜ ଛାତ୍ରୀଙ୍କୁ ଅପହରଣ ଘଟଣାରେ ପୁଲିସ ଥାନା କେଶ ନଂ ୫୯/୨୩ ଦଫା ୩୬୩ ଆଇପିସି ସହ ଅନ୍ୟାନ୍ୟ ଦଫାରେ ଅଭିଯୁକ୍ତ ଇନ୍ଦ୍ର ଦୀପଙ୍କୁ ଗିରଫ କରି ବଲାଙ୍ଗିର ପୋକସୋ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.