ଜିଲ୍ଲା ପ୍ରଶାସନ ପକ୍ଷରୁ ପୌରାଂଚଳର ୱାର୍ଡ ନଂ.୧୫ର କିଛି ଅଂଚଳକୁ ମାଇକ୍ରୋ କନ୍‌ଟେନ୍‌ମେଣ୍ଟ ଅଂଚଳ ଘୋଷଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧୫ ଅନ୍ତର୍ଗତ ମାଲପଡ଼ାର କିଛି ଅଂଚଳକୁ ମାଇକ୍ରୋ କନ୍‌ଟେନ୍‌ମେଣ୍ଟ ଅଂଚଳ ଘୋଷଣା କରିଛି ଆଜି ଜିଲ୍ଲା ପ୍ରଶାସନ । ପ୍ରାପ୍ତ ସୂଚନା ଅନୁସାରେ ମାଲପଡ଼ାର ତେରାପନ୍ଥ ଭବନରୁ ଘୁଂଡ଼ୁ ଦୋକାନ ଛକ ପର୍ଯ୍ୟନ୍ତ ଏବଂ ବିକ୍ରମ ପାତ୍ରଙ୍କ ବାସଭବନ ପଛପାଖ ଅଂଚଳକୁ ମାଇକ୍ରୋ କନ୍‌ଟେନ୍‌ମେଣ୍ଟ ଅଂଚଳ ଘୋଷଣା କରାଯାଇଛି । ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଘୋଷଣା ବଳବତ୍ତର ରହିବ ବୋଲି କୁହାଯାଇଛି । ତେବେ ଏହି ଅଂଚଳରେ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ କରାଯାଇଛି । ସଂପୃକ୍ତ ଅଂଚଳରେ ଅଧିକ ସଂଖ୍ୟକ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.