pr

ପଦ୍ମପୁର ବିଜେପି ଯୁବମୋର୍ଚ୍ଚା ତରଫରୁ ଥାନା ଘେରାଉ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଦର୍ଶ ଥାନା ପଦ୍ମପୁର ସମ୍ମୁଖରେ ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ କଟକ ଜିଲ୍ଲା ମହଂଗା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବିଜେପିର ବରିଷ୍ଠ କାର୍ୟ୍ୟକର୍ତ୍ତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ହିବ୍ୟସିଂହ ବରାଳଙ୍କୁ ଆକ୍ରମଣ କରାଯାଇ ଆକ୍ରୋଶ ମୂଳକ ଭାବେ ହତ୍ୟା କରାଯିବା ଘଟଣାକୁ ନେଇ ପ୍ରତିବାଦ କରାଯାଇ ଦାବୀପତ୍ର ପ୍ରଦାନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତୀ ବିରୁଦ୍ଧରେ ସ୍ବର ଉେତ୍ତାଳନ କରୁଥିବାରୁ ଶାସକ ଦଳର ନେତା ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଏହି ଘଟଣାରରେ ସିଧା ସଳଖ ସଂପୃକ୍ତିକୁ ନେଇ ଭାରତୀୟ ଜନତା ଯୁବମରାର୍ଚ୍ଚା ତରଫରୁ ଏକ ରେଲି କରାଯାଇ ପଦ୍ମପୁର ସହରର ମୁଖ୍ୟ ରାସ୍ତା ଦେଇ ପଦ୍ମପୁର ଥାନା ସମ୍ମୁଖରେ ବିକ୍ଷୋଭ ଏବଂ କୁଶ ପୁତ୍ତଳିକା ଦାହ କରି ମନ୍ତ୍ରୀ ଜେନାଙ୍କ ଗିରଫ ଦାବୀରେ ଏକ ଦାବୀପତ୍ର ଆଇ.ଆଇ.ସି. ମାନସ ରଞ୍ଜନ ପ୍ରଧାନଙ୍କୁ ଦେଇଥିଲେ। ଭାରତୀୟ ଜନତା ପାର୍ଟି ତରଫରୁ ଯୁବନେତା ପ୍ରୀତେଶ କୁମାର ବହିଦାର, ସୁନିଲ ଅଗ୍ରୱାଲ, ସୈାରୀ ସାହା, କେତନ ମେହେର, ଆଦିତ୍ୟ ରଥ, ପ୍ରୋମଦ ମେହେର, ନରେଶ ସୁନ୍ଦର ସାହୁ, କୁନାଲ ପାଣିଗ୍ରାହୀ, ଦିନେଶ ବାରୀକ, ସୁରେଶ ସାହୁ, ଦୀପକ ବାରୀକ, ରବିନ ମେହେର, ରାଜୁ ସାହୁ, ସରୋଜ ପ୍ରଧାନ, ମଣ୍ଟୁ ପାଣ୍ଡେ, ଅର୍ଜୁନ ସାହା, ପିନ୍ଟୁ ସାହା, ଲକ୍ଷ୍ମୀକାନ୍ତ ବରିହା, ରାଜ ପଟେଲ, ରିତିକ ବାରିଖ, ସନ୍ତୋଷ ଷାଣ୍ଢ ସମେତ ଅନେକ କାର୍ୟ୍ୟକର୍ତ୍ତା ଏହି କାର୍ୟ୍ୟକ୍ରମରେ ଯୋଗଦାନ କରିଥିଲେ ।

nrusinghnath
Leave A Reply

Your email address will not be published.