ଭଞ୍ଜନଗରରେ ହାତୀର ଦାନ୍ତ କାଟିନେବା ଘଟଣାରେ ୩ ଅଟକ

ଗଞ୍ଜାମ : ଭଞ୍ଜନଗରରେ ହାତୀର ଦାନ୍ତ କାଟିନେବା ଘଟଣାରେ ୩ ଜଣକୁଙ୍କ ଅଟକ ରଖିଛି ବନ ବିଭାଗ । ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ହାତୀର ଦାନ୍ତ କାଟି ନେବା ଘଟଣାରେ ମୃତ ହାତୀର ଶବ ବ୍ୟବଚ୍ଛେଦ କରିଛି ବନ ବିଭାଗ । ରିପୋର୍ଟ ଆସିବା ପରେ ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଉତ୍ତର-ଘୁମୁସର ବନଖଣ୍ଡର ବେଲଗୁଣ୍ଠା ସେକ୍ସନ କନ୍ଧନୂଆଁ ପଲ୍ଲୀ ଗାଁ ନିକଟରେ ହାତୀର ମୃତଦେହ ମିଳିଥିଲା । ମୃତ୍ୟୁ ପରେ ହାତୀଟିର ଦାନ୍ତ କାଟି ନେଇଛନ୍ତି ଦୁର୍ବୃତ୍ତ । ତେବେ ୩ଦିନ ପୂର୍ବରୁ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.