om academy

ଗଞ୍ଜେଇ ସହ ଅଟୋ ଜବତ : ଅଭିଯୁକ୍ତ ଫେରାର

jsm

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଏଏସ୍‌ଆଇ ଶାନ୍ତୁନୁ ପ୍ରଧାନ ଓ ଏକ ଟିମ୍ ସହ ପାଟ୍ରୋଲିଂ କରୁଥିବା ସମୟରେ ମେଲସିକିଆ ପଟୁ ଆସୁଥିବା ଏକ ବାଜାଜ୍‌ ଅଟୋ ନଂ. ଓଡି -୧୨-ଏ- ୬୫୩୦କୁ ଯାଞ୍ଚ କରିବା ବେଳେ ଗାଡ଼ିରୁ ୩୫ କିଲୋ ୧୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଅଭିଯୁକ୍ତ ଜଣକ ଅଟୋ ଛାଡି ଫେରାର ହୋଇଯାଇଛି । ପୋଲିସ ଗାଡ଼ିକୁ ଜବତ କରି ଥାନାକୁ ଆଣିଛି । ବାଲିଗୁଡ଼ା ଥାନା ଏଏସ୍‌ଆଇ ଶାନ୍ତୁନୁ ପ୍ରଧାନ କେସ୍ ନଂ ୧୧୮/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ଥିବା ବିଷୟ ବାଲିଗୁଡା ଡ଼ିଏସପି ସ୍ୱରାଜ ଦେବତା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.