କରୋନା ମାଡ଼ରେ ଉଭେଇଗଲା ଗଣେଶ ପୂଜା ଉଲ୍ଲାସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତି ସ୍କୁଲ କଲେଜ ତଥା ଅନୁଷ୍ଠାନ ଓ ଜନବସତିର ଗଳି ଗଳିରେ ଅନୁଷ୍ଠିତ ହେଉଥିବା ଗଣେଶ ପୂଜାର ଉଲ୍ଲାସ ଚଳିତ ବର୍ଷ ଉଭେଇ ଗଲା । ଗଣେଶଙ୍କ ପୂଜନୋତ୍ସବରେ ସମସ୍ତ ପ୍ରକାର ବିଘ୍ନନାଶ ହେବା ସହ ଜ୍ଞାନ ପ୍ରାପ୍ତି ହେଉଥିବା ବିଶ୍ୱାସରେ ବେଶ୍‌ ସମୃଦ୍ଧି ଭାରତୀୟ ମାନସିକତା । ତେବେ ଚଳିତ ବର୍ଷର କରୋନା ମାଡ଼ରେ ତଳିତଳାନ୍ତ ହୋଇଗଲା ଏହି ପୂଜନୋତ୍ସବର ଉଲ୍ଲାସ । ଗଣେଶ ପୂଜା ପାଇଁ ଯେଭଳି ପ୍ରସ୍ତୁତି ଚାଲେ ସାତ ଦିନ ଆଗରୁ, ତାହା ସମସ୍ତେ ଜାଣନ୍ତି । କିନ୍ତୁ ଏଥର ଏହା ନାହିଁ । ସ୍କୁଲ, କଲେଜ ତଥା କୌଣସି ସ୍ଥାନରେ ବି ପୂଜା ହେଉନାହିଁ । ଯିଏ ଯାହାର ଘରେ ଗଣେଶଙ୍କୁ ପୂଜା କରିଛନ୍ତି ନିରାଡ଼ମ୍ବର ଭାବରେ । ଜୀବନ ଜୀବିକାକୁ ଯେତେମାତ୍ରାରେ କରୋନା ସଂକ୍ରମଣ ଆଘାତ ଦେଇଛି, ତା’ଠାରୁ ଅଧିକ ଆଘାତ ଦେଇଛି ପରମ୍ପରା, ଉତ୍ସବ ଉପରେ । ସେ ଯାହା ବି ହେଉ, କରୋନା ମହାମାରୀ କରାଳତାକୁ ତ’ ସ୍ୱୀକାର କରିବାକୁ ହେବ । ତେବେ ଗଣେଶ ପୂଜା ଅବସରରେ ଖାଁ ଖାଁ ସବୁ ସ୍କୁଲ, କଲେଜ, ଅନୁଷ୍ଠାନ ତଥା ଗଣେଶ ପୂଜା ମଣ୍ଡପଗୁଡ଼ିକ ।

Leave A Reply

Your email address will not be published.