କୋଭିଡ-୧୯ ସଂକ୍ରାନ୍ତ ୩ଟି ଉଦ୍ଭାବନର ପ୍ୟାଟେଣ୍ଟ ପାଇଁ ବ୍ରହ୍ମପୁର ଆଇଟିଆଇର ଆବେଦନ

● ବୈଷୟିକ ଦକ୍ଷତା ସମ୍ପନ୍ନ ଏହି ଉଦ୍ଭାବନ ଆତ୍ମନିର୍ଭର ଭାରତ ପାଇଁ ହେବ ବରଦାନ
ନୂଆଦିଲ୍ଲୀ, (ପିଆଇବି) : କୋଭିଡ-୧୯ର ମୁକାବିଲା ନିମନ୍ତେ ବୈଷୟିକ ଜ୍ଞାନ ପ୍ରୟୋଗ କରି ଉଦ୍ଭାବନ କରିଥିବା ୩ଟି ସାମଗ୍ରୀ ପାଇଁ ଆଇଟିଆଇ ବ୍ରହ୍ମପୁର ପ୍ୟାଟେଣ୍ଟକୁ ପଞ୍ଜୀକୃତ କରିବା ପାଇଁ ଆବେଦନ କରିଛି । ଏହି ଉଦ୍ଭାବନ ଉପରେ ଆଇଟିଆଇ ବ୍ରହ୍ମପୁରର ଅଗ୍ରାଧିକାର ରହିବ । ଦେଶର ଅନ୍ୟାନ୍ୟ ଆଇଟିଆଇ ଓ ଏନଆଇଟିଗୁଡିକର ପଦାଙ୍କ ଅନୁସରଣ କରି ଆଇଟିଆଇ ବ୍ରହ୍ମପୁର ଦେଶର ଏହି ପ୍ୟାଟେଣ୍ଟ କ୍ଲବରେ ସାମିଲ ଦେଇଛି । ଆଗାମୀ ଦିନରେ ଏହି ସଫଳତା ଦେଶର ଅନ୍ୟାନ୍ୟ ଆଇଟିଆଇଗୁଡିକୁ ସେମାନଙ୍କ ଉଦ୍ଭାବିତ ସାମଗ୍ରୀର ପ୍ୟାଟେଣ୍ଟ ପାଇଁ ଦାବି କରିବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ସ୍ଵପ୍ନକୁ ମଧ୍ୟ ସାକାର କରିବ । ଆଇଟିଆଇ ବ୍ରହ୍ମପୁରର ଏହି ଉଦ୍ୟମକୁ ପ୍ରଶଂସା କରି କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ମହିନ୍ଦ୍ରନାଥ ପାଣ୍ଡେ କହିଛନ୍ତି ଯେ, ଏହା ଚଟାଣକୁ ଜୀବାଣୁମୁକ୍ତ କରିବା ପାଇଁ ୟୁଭିସି ରୋବୋ ଯୋଦ୍ଧା ହେଉ ବା ଭ୍ରାମ୍ୟମାଣ ସ୍ଵାବ ସଂଗ୍ରହ କିଓସ୍କ, କୋଭିଡ-୧୯ ଆହ୍ଵାନର ମୁକାବିଲାରେ ଆଇଟିଆଇଗୁଡିକ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି । ଏହି ପ୍ରକାର ଉଦ୍ଭାବନ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବା ସହ ସମାଜରେ ଅଧିକରୁ ଅଧିକ ଆଇଟିଆଇ କୋଭିଡ ଭଳି ଅଦୃଶ୍ୟ ଭୁତାଣୁର ମୁକାବିଲା ପାଇଁ ଆଗକୁ ଆସିବେ ବୋଲି ସେ କହିଛନ୍ତି । ଏଭଳି ଉଦ୍ଭାବନ ପାଇଁ ସେ ଆଇଟିଆଇ ବ୍ରହ୍ମପୁରକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ କରୋନା ଭୂତାଣୁ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ଦେଶର ଅନ୍ୟାନ୍ୟ ଆଇଟିଆଇ ସରକାରଙ୍କ ସହ ଅଛନ୍ତି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତର ପ୍ରତିଶ୍ରୁତି ପୂରଣ ଦିଗରେ ଆଇଟିଆଇ ବ୍ରହ୍ମପୁରର ଏହି ଉଦ୍ୟମ ଅଧିକ ଫଳପ୍ରଦ ହେବ । ଯେଉଁ ୩ଟି ଉଦ୍ଭାବନ ପ୍ରତିଷ୍ଠାନ କରିଛି, ସେଥିରେ ରହିଛି –
ଭ୍ରାମ୍ୟମାଣ ସ୍ଵାବ ସଂଗ୍ରହ କିଓସ୍କ – ନିକଟରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କରୋନା ଭୂତାଣୁ ବାୟୁ ଦ୍ଵାରା ବ୍ୟାପିବାର ଘୋଷଣା କରିଛି । ଜଳୀୟ କଣାଗୁଡିକ ଅଧିକ ସମୟ ବାୟୁ ମଣ୍ଡଳରେ ତିଷ୍ଠି ରହୁଥିବାରୁ ସ୍ଵାବ ସଂଗ୍ରହ ସମୟରେ ସନ୍ଦିଗ୍ଧ ରୋଗୀ ହସ୍ପିଟାଲ ବା ଭ୍ରାମ୍ୟମାଣ କିଓସ୍କର ବାହାରେ ରହିଥାଏ । ସ୍ଵାବ ସଂଗ୍ରହକାରୀ ଟେକନିସିଆନକୁ କିଓସ୍କ ଭିତରେ ରହିବାକୁ ପଡେ । ସେଥିପାଇଁ ସଂକ୍ରମିତ ଜଳୀୟକଣା ପାଖାପାଖି ଅଞ୍ଚଳକୁ ସଂକ୍ରମିତ କରିବାର ସମ୍ଭାବନା ରହିଥାଏ । ସେହିସ୍ଥାନରୁ କରୋନା ଭୂତାଣୁ ସଂକ୍ରମିତ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଆଇଟିଆଇ ବ୍ରହ୍ମପୁର ଏକ ସମାଧାନର ସୂତ୍ର ବାହାର କରିଛି । ଏଥିରେ ସଦିଗ୍ଧ ରୋଗୀ କ୍ୟାବିନ ଭିତରେ ରହୁଥିବା ବେଳେ ଟେକନିସିଆନ ବାହାରେ ରହିବେ । ଏକ ବୈଷୟିକ କୌଶଳ ହେପା ଫିଲ୍ଟର ଦ୍ଵାରା ଜଳକଣାଗୁଡିକ ଛାଣି ହୋଇଯିବା ଫଳରେ ସେହିସ୍ଥାନ ଭୁତାଣୁମୁକ୍ତ ହୋଇଯିବ ।
ଯୁଭିସି ଏକକ ସାନିଟାଇଜର – ଏହି ସାନିଟାଇଜର ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଉଥିବା ଭଳି ଏକ ସାମଗ୍ରୀ । ଏଥିରେ ହଳେ ଜୋତା ସୋଲ ବ୍ୟବହୃତ ହୋଇଥାଏ । ଏହି ସୋଲକୁ ଏକ ୟୁଭିସି ଆଲୋକ ଦ୍ଵାରା ନିୟନ୍ତ୍ରଣ କରାଯାଏ । ଯୁଭିସି ରଶ୍ମି ଅଣୁ ଜୋତା ସୋଲରେ ଥିବା ଅଣୁଗୁଡିକୁ ନିଷ୍କ୍ରିୟ କରିଦିଏ । ୮ ସେକେଣ୍ଡ ଧରି ଏହି ଯୁଭିସି ଲାଇଟ ଜଳି ତା’ପରେ ବନ୍ଦ ହୋଇଯାଏ । ଏଥିରେ ଶତକଡା ୮୦ ଭାଗ ଭୂତାଣୁ ନିଷ୍କ୍ରିୟ ହୋଇଯାନ୍ତି । ସମାଜରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ପଦ୍ଧତି ଆମର ଜୋତା ସୋଲଗୁଡିକୁ କୋଭିଡ ଭୂତାଣୁ ସଂକ୍ରମଣରୁ ରକ୍ଷା କରିଥାଏ । ଏହାକୁ ହସ୍ପିଟାଲ, ଅଫିସ, ବିମାନବନ୍ଦର, ରେଳ ଷ୍ଟେସନ, ସପିଙ୍ଗ ମଲ, ହୋଟେଲ ଏବଂ ଶିକ୍ଷାନୁଷ୍ଠାନ ଇତ୍ୟାଦିର ପ୍ରବେଶ ପଥରେ ରଖିଲେ ଏହା ଜୋତା ସୋଲକୁ ସଂକ୍ରମଣ ମୁକ୍ତ କରିଥାଏ । ଏହାର ସହଜ ପରିବହନକ୍ଷମ ଛୋଟ ମେନିସକୁ ଘରର ପ୍ରବେଶ ପଥରେ ମଧ୍ୟ ରଖା ଯାଇପାରିବ ।
ଯୁଭିସି ରୋବୋ ୱାରିୟର – ଯୁଭିସି ରୋବୋ ୱାରିୟର ମେସିନରେ ଥିବା ଯୁଭିସି ଲାଇଟ ଏକ ବିଶୋଧନ ଯନ୍ତ୍ରର କାର୍ୟ୍ୟ କରିଥାଏ । ଏହା ସାଧାରଣ ଯାନବାହାନ ଓ କରୋନା ସଂକ୍ରମିତ ବା ସଦିଗ୍ଧ ରୋଗୀଙ୍କ ରହୁଥିବା ପ୍ରକୋଷ୍ଠର ଚଟାଣକୁ ଜୀବାଣୁମୁକ୍ତ କରିଥାଏ । ଏହି ଯନ୍ତ୍ରରୁ ନିର୍ଗତ ୟୁଭି ରଶ୍ମି ସହଜରେ ପ୍ରୋଟିନ, ଜୀବାଣୁର ନ୍ୟୁକ୍ଲିକ ଏସିଡ ଓ ଭୂତାଣୁକୁ ନିଷ୍କ୍ରିୟ କରିବାରେ ସମର୍ଥ । ଏହା ବିଭିନ୍ନ ଜୀବାଣୁର ଡିଏନଏ ଓ ଆରଏନଏ ପରିପାଠିକୁ ସଂପୂର୍ଣ୍ଣ ଧ୍ଵଂଶ କରିଦେଇପାରେ । ଏହି ଯୁଭିସି ଲାଇଟ ବିଶୋଧନ କରିବା ସମୟରେ ଏକ ରୋବର୍ଟର ସହାୟତା ନିଆଯାଇଥାଏ । ରୋବୋର୍ଟର ଗତିବିଧିକୁ ଏକ ଆଣ୍ଡ୍ରଏଡ ମୋବାଇଲରେ ଥିବା ବ୍ଲୁଟୁଥ ସାହାଯ୍ୟରେ ବିଶୋଧନ ହେବାକୁ ଥିବା ପ୍ରକୋଷ୍ଠର ବାହାରୁ ନିୟନ୍ତ୍ରଣ କରାଯାଏ । ଏହି ରୋବର୍ଟ ସମସ୍ତ ସ୍ଥାନକୁ ଯୁଭିସି ରଶ୍ମି ଦ୍ଵାରା ବିଶୋଧନ କରିପାରେ । ରୋବର୍ଟ ଆଖିରେ ଖଞ୍ଜା ହୋଇଥିବା ବ୍ଲୁଟୁଥ କ୍ୟାମେରା ବିଶୋଧିତ ଅଞ୍ଚଳର ଫଟୋ ମୋବାଇଲକୁ ପଠାଇଥାଏ । ରୋବର୍ଟର ଶରୀରରେ ଖଞ୍ଜା ଯାଇଥିବା ସେନ୍ସର ଯୋଗୁଁ ଏହାର ଗତିବିଧି ଉପରେ ମଧ୍ୟ ନିୟନ୍ତ୍ରଣ ରଖାଯାଇପାରେ ।

Leave A Reply

Your email address will not be published.