ls

ବସ୍ତା ଲଦିବା ଭଳି ଟ୍ରକ୍‌ ଡାଲାରେ ଲଦିଥିଲେ ଗାଈଙ୍କୁ : ଟ୍ରକ୍‌କୁ ଜବତ୍‌ କଲା ପୋଲିସ : ୨୭ ଗାଈ ଉଦ୍ଧାର

sb

କରଂଜିଆ, (କେପିଏନ୍‌ଏସ୍‌) : ବସ୍ତା ଲଦିବା ଭଳି ଟ୍ରକ୍‌ ଡାଲାରେ ଲଦି ଗାଈମାନଙ୍କୁ ଭଦ୍ରକରୁ ପଶ୍ଚିମବଙ୍ଗ ନିଆଯାଉଥିବା ବେଳେ ଗତ ରାତି ପ୍ରାୟ ୨ରୁ ୩ଟା ମଧ୍ୟରେ କରଂଜିଆ ପୋଲିସ ଟ୍ରକ୍‌ ଜବତ୍‌ କରିଛି । ଅତି ନୃଶଂସ ଭାବରେ ଗାଈମାନଙ୍କୁ ଲଦା ଯାଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ପଶ୍ଚିମବଙ୍ଗର ଟ୍ରକ୍‌ ନଂ.ଡବ୍ଲ୍ୟୁବି-ଜେଡ଼୍‌୯-ଏ-୬୨୯୬ରେ ଗତ ରାତିରେ ଅତି ଅମାନବୀୟ ଭାବେ ଟ୍ରକ୍‌ରେ ବୋଝେଇ କରି ୨୭ଟି ଗାଈଗୋରୁଙ୍କୁ ଭଦ୍ରକରୁ ପଶ୍ଚିମବଙ୍ଗକୁ ନେଉଥିବା ବେଳେ କରଂଜିଆ ପୋଲିସ ହାତରେ ଧରାପଡ଼ିଛି ଟ୍ରକ୍‌ ।

ଏବେ କରଂଜିଆ ସଂକଳ୍ପ ସେବା ଟ୍ରଷ୍ଟର ଗୋଶାଳାରେ ଟ୍ରକ୍‌ ଡାଲାରେ ଦୟନୀୟ ଭାବେ ପଡ଼ିଥିବା ଗୋମାତାଙ୍କୁ ବାହାର କରି ସେବା ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିଛି । ତେବେ ଏଭଳି ଅମାନବୀୟ ଭାବେ ଗୋମାତାଙ୍କ ପ୍ରତି ନୃଶଂସତା ଅବଲମ୍ବନ କରାଯାଇଥିବା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଜାରି ରହିଛି ।

pc pk
Leave A Reply

Your email address will not be published.