om academy

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧୦ରୁ ଅଧିକ ଯାତ୍ରୀ ଆହତ

jsm

କୁଳିଅଣା : ୧୮ ନଂ ଜାତୀୟ ରାଜପଥର ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଛକ ନିକଟରେ ଶୁକ୍ରବାର ରାସ୍ତା କଡ଼କୁ ଓଲଟି ପଡ଼ିଛି ଏକ ଯାତ୍ରୀବାହୀ ବସ୍‌ । ଗୌରୀ ନାମକ ଏହି ଘରୋଇ ବସ୍‌ଟି ଖିଚିଂରୁ ବାରିପଦା ଅଭିମୁଖେ ଆସୁଥିବା ସମୟରେ କୁଳିଅଣା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଏଥିରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଆହତମାନଙ୍କୁ ଉଦ୍ଧାର କରାଯାଇ ବାରିପଦାସ୍ଥିତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ରାସ୍ତା କାମ ମନ୍ଥରଗତିରେ ଚାଲିଥିବାରୁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.