
ବାଙ୍ଗିରିପୋଷି : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜଗନ୍ନାଥଖୁଣ୍ଟା ଓଭର ବ୍ରିଜ୍ ଉପରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ୍କୁ ପଛରୁ ପିଟିଲା ଆଉ ଏକ ଟ୍ରକ୍ । ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ । ମୃତ ଡ୍ରାଇଭର ଜଣକ ପଶ୍ଚିମବଙ୍ଗ ଗଡବେତା ଅଞ୍ଚଳର ସମୀର ଦାସ ବୋଲି ଜଣା ପଡିଛି । ସୂଚନା ଅନୁସାରେ, ଏକ ମାଲ୍ ବୋଝେଇ ଟ୍ରକ୍ ଚଣ୍ଡିଖୋଲରୁ ଦୁର୍ଗାପୁର ଯାଉଥିବା ସମୟରେ ୧୮ନଂ ଜାତୀୟ ରାଜପଥ ଜଗନ୍ନାଥଖୁଣ୍ଟା ଓଭର ବ୍ରିଜ୍ ଉପରେ ଆଉ ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଡ୍ରାଇଭର ଜଣକ ନିଜ ଗାଡିର ଚକ ତଳେ ପଡି ମୃତ୍ୟୁ ବରଣ କରିଥିଲେ । ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଘଟଣାର ତଦନ୍ତ ଜାରି ରଖିଛି ।