ରାସ୍ତା କାମ ସାରି ଡ୍ରେନ୍‌କୁ ବନ୍ଦ କରିଦେଲା ଠିକା ସଂସ୍ଥା : ଲୋକେ ହନ୍ତସନ୍ତ

ଚନ୍ଦନଭାଟି, (ରାଜେଶ କୁମାର ଦଣ୍ଡସେନା) : ରାସ୍ତା କାମ ସାରି ଡ୍ରେନ୍‌କୁ ବନ୍ଦ କରିଦେଇଛି ଠିକା ସଂସ୍ଥା । ଏଣୁ ଲୋକେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଓଡ଼ିଆପଡ଼ାରୁ ସଡ଼କପଡ଼ାକୁ ରାସ୍ତା ନିର୍ମାଣ ହୋଇଥିବା ବେଳେ ରାସ୍ତାକଡ଼ରେ ରହିଥିବା ଡ୍ରେନ୍‌କୁ ପୋତି ଦିଆଯାଇଥିବା ଅଭିଯୋଗ ହୋଇଛି । ଏବେ ସ୍ଥାନୀୟ ଲୋକଙ୍କ ଘର ଭିତରୁ ବାହାରକୁ କେମିତି ପାଣି ବାହାରିବ, ତାହାକୁ ନେଇ ଲୋକେ ଚିନ୍ତାରେ ରହିଛନ୍ତି । ଘର ମୁହଁରେ ଏବେ ଆଣ୍ଠୁଏ ଲେଖାଏଁ ପାଣି ରହିଥିବା ଦେଖିବାକୁ ମିଳୁଛି । ଏ ସଂପର୍କରେ ଜନସାଧାରଣଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ବି କେହି ଶୁଣୁ ନଥିବା ଲୋକେ କହିଛନ୍ତି । ଏ ଦିଗରେ ଚନ୍ଦନଭାଟି ଗ୍ରାମ ପଞ୍ଚାୟତ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.