କାର ପଶିଲା ଦୋକାନ ଭିତରକୁ : ୩ ଗୁରୁତର ଆହତ

ସାନଖେମୁଣ୍ଡି : ଦୋକାନ ଭିତରକୁ ପଶିଗଲା କାର ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଭୁବନେ‌ଶ୍ୱରରୁ ରାୟଗଡା ଅଭିମୁଖେ ଯିବା ରାସ୍ତା ପାଟପୁର ଥାନା ଅନ୍ତର୍ଗତ ଉଷ୍ଣ ପ୍ରସବଣ ତପ୍ତପାଣି ଘାଟି ସମ୍ମୁଖରେ ଥିବା ଦୋକାନ ଭିତରେ କାରଟି ପଶି ଯାଇଥିଲା ଫଳରେ ଘଟଣା‌ସ୍ଥଳରେ ୩ ଗୁରୁତର ଆହତ ହୋଇଥିଲେ । ଆହତଙ୍କୁ ପୋଡାମାରି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଛି ।

Leave A Reply

Your email address will not be published.