ଦ୍ୱିତୀୟ ଦିନରେ ଫ୍ରି ସେଲ୍ଫ ଡିଫେନ୍ସ କ୍ଲାସ୍‌

ବଲାଙ୍ଗିର. (କେପିଏନଏସ୍‌) : ଆଜିର ଦିନରେ ସମସ୍ତଙ୍କୁ ଜଣା ଯେ, ନାରୀ ଓ ଶିଶୁ ମାନଙ୍କୁ ନିଜର ଆତ୍ମ ସୁରକ୍ଷାର ଜ୍ଞାନ ରହିବା ଉଚିତ୍‌ । ନାରୀ ଶକ୍ତି ସଂଗଠନ ଓ ବି.ଏସ୍‌. ଏରୋବିକ୍ସର ମିଳିତ ପ୍ରୟାସରେ ଗତକାଲି ବଲାଙ୍ଗିର ଡେଲି ମାର୍କେଟ ସ୍ଥିତ ବି.ଏସ୍‌ ଏରୋବିକସଠାରେ ଏକ ଆତ୍ମ ସୁରକ୍ଷା ଶିବିର ଅନୁଷ୍ଠିତ ହୋଇଯେଇଛି । ଏଥିରେ ରୋଜିସ୍ମିତା ପଧାନ ମ ଏବଂ ବି. ଏସ. ଏରୋବିକ୍ସର ଓନର ସ୍ୱାତୀ ପଟ୍ଟନାୟକ ତାଲିମ ଦେଇଥିଲେ । ଏହି ଶିବିରରେ ନାରୀ ଓ ଶିଶୁ ମାନଙ୍କୁ ଆତ୍ମ ସୁରକ୍ଷା, “ଗୁଡ ଟଚ୍‌” ଓ “ବେଡ ଟଚ୍‌” ବିଷୟରେ ମଧ୍ୟ ଶିକ୍ଷା ଦିଆଯାଇଥିଲା । ଏହା ଥିଲା ଗୋଟେ ଛୋଟ ପ୍ରୟାସ ନାରୀ ଶକ୍ତି ସଂଗଠନର ସମାଜରେ ନାରୀ ଓ ଶିଶୁ ମାନଙ୍କୁ ଆତ୍ମ ସୁରକ୍ଷାର ଆବଶ୍ୟକତା ଦର୍ଶାଇବା ପାଇଁ ବୋଲି କହିଛନ୍ତି ନାରୀ ଶକ୍ତି ସଂଗଠନର କର୍ମୀ ତଥା ସମାଜସେବୀ ନୂତନ ଦାସ ।

Leave A Reply

Your email address will not be published.