centurian jitm

କଂସ ବଧ ସହ ୩୭ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ଉଦ୍‌ଯାପିତ : ୭୦ ହଜାରରୁ ଅଧିକ ଦର୍ଶକ ସାମିଲ

nschool

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଢୋଲ ନିଶାନ ତାଶା ଓ ଘଣ୍ଟ ତଥା ସୁଦୁର ବନାରସରୁ ଆସିଥିବା ଅଘୋରୀ କଳାକାରଙ୍କ ବାଦ୍ୟ ଯନ୍ତ୍ର ନୃତ୍ୟରେ କମ୍ପିଲା ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଗାଁ । ହାତୀ ପିଠିରେ ବସି ମହାରାଜ କଂସଙ୍କ ଶୋଭାଯାତ୍ରା ଓ ରଥରେ ବସି କୃଷ୍ଣ ବଳରାମଙ୍କ ଶୋଭାଯାତ୍ରା ଓ ଅଘୋରୀଙ୍କ ଚିତ୍ତାକର୍ଷକ ନୃତ୍ୟ ସହିତ ମୀନାବଜାର ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆତଶବାଜି ମନମୋହିଲା ଦର୍ଶକଙ୍କର । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାଆଡମ୍ବରରେ ପାଳିତ ହେଲା ବଙ୍ଗୋମୁଣ୍ଡା ଧନୁଯାତ୍ରା । ବଙ୍ଗୋମୁଣ୍ଡା ସର୍ବସାଧାରଣ ଖେଳପଡିଆଠାରେ ଚାଲିଥିବା ୩୭ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ କଂସ ବଧ ସହ ଉଦ୍‌ଯାପିତ ହୋଇଯାଇଛି । ଧନୁଯାତ୍ରା ପାଇଁ ବଙ୍ଗୋମୁଣ୍ଡା ମଥୁରାନଗରୀ ଓ ଗୋହିରାପଦର ଗୋପପୁର ପାଲଟିଥିଲା । ମହୋତ୍ସବର ଉଦ୍‌ଯାପନୀ ଉତ୍ସବରେ ରାଜକୀୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ, ଅଲଣ୍ଡା ପଂଚାୟତର ସରପଂଚଙ୍କ ପ୍ରତିନିଧି ତଥା ଯୁବନେତା ଯୁବରାଜ ବାଗ, ବରିଷ୍ଠ ନାଗରିକ ଧୁବା ପୁଟେଲ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଲାଲଚନ ପୁଟେଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କଂସ ଦରବାର ବିଶ୍ୱ ଦରବାରରେ ପହଂଚିବ । ଗୋପପୁର ଗୋହିରାପଦରଠାରେ ଥିବା ମକୁନ୍ଦ ସାଗରକୁ ଉନ୍ନତି କରଣ କରିବା ପାଇଁ ଦାବୀ ଉଠିଥିଲା । ମଂଚ ଏବଂ ଆଖଡାଶାଳା ଗୃହ ନିର୍ମାଣ କରିବା ପାଇଁ ରାଜକୀୟ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଡଃ ନାରାୟଣ ମିଶ୍ର ସଭାକୁ ସଂଯୋଜନା କରିଥିଲେ । ଏହି ଅବସରରେ ଉଦ୍‌ଘୋଷକ, ଲେଖକ, କବି, ଆଦର୍ଶ ଶିକ୍ଷକ, ସମାଜସେବୀ ଡଃ ନାରାୟଣ ମିଶ୍ର, ଘସିଏନ୍‌ର ସାଉଣ୍ଡ ସେଟ୍‌ର ଖୁଟଲା ବାରିକଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ବେଶରେ ଅଭିନୟ କରିଥିବା କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ରଙ୍ଗମଂଚରେ ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠ ଖଇରା, ବଜାଶାଲ ବଲାଙ୍ଗିର, ରଙ୍ଗବତୀ ବଲାଙ୍ଗିର ଓ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ମହାରାଜ କଂସଙ୍କ ନଗର ପରିକ୍ରମା, କୃଷ୍ଣ ବଳରାମଙ୍କ ମଥୁରା ଭ୍ରମଣ, ସୂଦୁର ଉତ୍ତରପ୍ରଦେଶ ରାଜ୍ୟର ବନାରସର ଅଘୋରୀ ନୃତ୍ୟୁରେ ହଜାର ହଜାର ଦର୍ଶକମାନେ ଝୁମି ଉଠିଥିଲେ । ପୌରାଣିକ ନାଟ୍ୟବସ୍ତୁ ଆଧାରିତ ଧନୁଭଗ୍ନ, ଚାଣୁର ମୁଷ୍ଟିକ ବଧ, କଂସ ବଧ, ଉଗ୍ରସେନଙ୍କ ରାଜ୍ୟାଭିଷେକ ଆଦି ନାଟ୍ୟାଭିନୟ ପରିବେଷିତ ହୋଇଥିଲା । କଂସ ଭୂମିକାରେ ରବିନ୍ଦ୍ର ସାହୁ, ସେନାପତି ହଂସଧ୍ୱଜ- ଶୁଭମ କୁମାର ସାହୁ, ସେନାପତି ସିଂହଧ୍ୱଜ – ହେମନ୍ତ ପ୍ରଧାନ, ମହାମନ୍ତ୍ରୀ ଜଗଦିଶ୍ ମାହାର, ଚାରୁଣ ମୁଷ୍ଟିକ ବନବସ ଭୋଇ, ରାଜେନ୍ଦ୍ର ଭୋଇ, ବଜ୍ରବାହୁ ପ୍ରଶାନ୍ତ କୁମାର ସାହୁ, ନାରଦ ମଧୁ ରାଉତ, ବସୁଦେବ ପୃଥିରାଜ ବାଗ, ଦୁତ ସରୋଜ ମହାକୁର, ପ୍ରହରୀ ପ୍ରଫୁଲ୍ଲ ଭୋଇ, ମଲ୍ଲ ଧଙ୍କର, ଦେବକୀ ସୋନୁ ବାଗ, ଯଶୋଦା ପୂଜା ବାଗ, କୃଷ୍ଣ – ଅଙ୍କିତ ଯୋଶୀ, ବଳରାମ ପ୍ରଜ୍ଞାନ ମେହେର ପ୍ରମୁଖ ଅଭିନୟ କରିଥିଲେ । ପ୍ରତିଷ୍ଠାତା ମାଧବ ହଂସଙ୍କ ସହ ଧନୁଯାତ୍ରା ମହୋତ୍ସବ କମିଟିର ଅଧ୍ୟକ୍ଷ ତୁଲସୀରାମ ହଂସ, ଉପାଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ, ସଭାପତି ସୁଦାମ ସିନ୍ଦୁର, କାର୍ଯ୍ୟକାରୀ ସଭାପତି ସନ୍ତୋଷ ତ୍ରିପାଠୀ, ସାଧାରଣ ସମ୍ପାଦକ ରଶ୍ମିରଞ୍ଜନ ପୁଟେଲ, ସମ୍ପାଦକ ଅମିତ ଥନାପତି, କୋଷାଧ୍ୟକ୍ଷ ରୁପେଶ ଜୈନ, ପିଆର୍‌ଓ ତ୍ରିନାଥ ବାରିକ, ପ୍ରଚାର ପ୍ରସାର ସମ୍ପାଦକ ହୁଲେଶ୍ୱର ହଂସ, ମଣ୍ଟୁ ଟାହାଣୀ, ଡବ୍ଲୁ ହଂସ, ପପୁନ ପାଣିଗ୍ରାହୀ, ଯଯାତି ସିନ୍ଦୁର, ସୁଧୀର ବାଗ, ଜିତେନ୍ଦ୍ର ସୁନାନୀ, ସାଇଲ କଟା, ଚନ୍ଦ୍ରଶେଖର ନାଏକ, ରୂପକ ଯାଦବ, ଗୁଡୁ ଯାଦବ, ଅଙ୍କିତ ପାଣିଗ୍ରାହୀ, ସୁଭମ ଅଗ୍ରୱାଲ, ଆଲୋକ ସାହୁ, ଧୁବଳେ ବାଗ, ଦିଲୀପ ନାୟକ ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିିଥିଲେ । ବହୁ ସଂଖ୍ୟାରେ ଦର୍ଶକମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉପଭୋଗ କରିଥିଲେ ।

Leave A Reply

Your email address will not be published.