ସାଇକେଲକୁ ଟାଟା ମାଜିକ୍‌ର ଧକା : ଜଣକର ମୃତ୍ୟୁ, ଜଣେ ଗୁରୁତର

ବୌଦ୍ଧ, (ମମତା ମହାକୁର) : ଆଜି ସକାଳ ପ୍ରାୟ ୧୦ଟାରେ ଜାତୀୟ ରାଜପଥ ନମ୍ବର ୫୭ର ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ରାଧାନଗର ଛକ ନିକଟରେ ସାଇକେଲ ଆରୋହୀଙ୍କୁ ଗୋଟିଏ ଟାଟା ଏସିଇ ଗାଡି ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରାଧାନଗର ଗ୍ରାମର ଲଳିତ ସାହୁ(୬୩ ) ସାଇକେଲ ଯୋଗେ ସପତ୍ନୀକ ରାଧାନଗର ଉ‌ଚ୍ଚ ପ୍ରାଥମିକ ବିଦ୍ୟାଳୟକୁ କୋଭିଡ୍‌ ଇଞ୍ଜେକ୍ସନ ନେବା ପାଇଁ ଆସୁଥିବା ବେଳେ ବୌଦ୍ଧ ପଟରୁ ଲୁହାଛଡ ବୋଝେଇ ଏକ ଟାଟା ଏସିଇ (ଓଡି-୨୭ ୮୯୬୧) ସାଇକେଲକୁ ଧକ୍କା ଦେଇଥିଲା ।

ଫଳରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ଆମ୍ବୁଲାନସ୍‌ ଯୋଗେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତିି କରାଯାଇଥିଲା ଓ ଲଳିତଙ୍କ ପତ୍ନୀ ପ୍ରଫୁଲ୍ଲ ସାହୁ(୫୯)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଲଳିତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଉତ୍ୟକ୍ତ ଲୋକେ ଜାତୀୟ ରାଜପଥ ନମ୍ବର ୫୭ ଅବରୋଧ କରିଥିଲେ । ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା ।

Leave A Reply

Your email address will not be published.