ଜାତୀୟ ଫୁଟ୍‌ବଲ୍‌ ଖେଳର ପ୍ରତିନିଧିତ୍ୱ କରିଥିବା ତନୁଜା ଦାରିଦ୍ରତାର କଷାଘାତରେ ଜର୍ଜରିତା

ଝାରସୁଗୁଡା, (କେପିଏନ୍‌ଏସ୍‌) : ଜାତୀୟ ଫୁଟ୍‌ବଲ୍‌ ଖେଳରେ ତିନି ତିନି ଥର ପ୍ରତିନିଧିତ୍ୱ କରିଥିଲେ ତନୁଜା ଏବଂ ଜାତୀୟ ରଗବୀରେ ମଧ୍ୟ ଅଂଶଗ୍ରହଣ କରି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣି ଥିବା ସତ୍ତେ୍ୱ ସେ ଆଜି ଦାରିଦ୍ରତାର କଷାଘାତରେ ଜର୍ଜରିତା । କଥାଟି ଅବିଶ୍ୱନୀୟ ହୋଇଥିଲେ ମଧ୍ୟ ସତ୍ୟ । ଦିନେ ଯେଉଁ ଖେଳାଳୀ ନିଜ ଦଳ ଓ ଦେଶକୁ ବିଜୟୀ କରିଥିଲେ, ସେ ଆଜି ତାଙ୍କ ଜୀବନରେ ଗୋଟିଏ ପ୍ରକାର ହାରି ଯାଇଛନ୍ତି । ଆଜି ସେ ଜୀବନ ଆକୁଳରେ ଛେଳି ଚରାଉଛନ୍ତି । ଦିନ ଥିଲା, ତନୁଜା ଯେତେବେଳେ ଫୁଟ୍‌ବଲ୍‌ ପଡିଆରେ ଗୋଲ ପୋଷ୍ଟ ସମ୍ମୁଖରେ ଛିଡା ହେଉଥିଲେ, ସେତେବେଳେ ପ୍ରତିପକ୍ଷ ଦଳ ମଧ୍ୟରେ ଛନକା ପଶି ଯାଉଥିଲା । ସେହି ମହିଳା ଖେଲାଳୀ ଝାରସୁଗୁଡାର ତନୁଜା ବାଗେ ଆଜି ଦାରିଦ୍ରତାର କଷାଘାତରେ ଲହୁଲୁହାଣ ।
ଝାରସୁଗୁଡାର ଦେବାଡିହି ଗାଁରେ ସରକାରୀ ଜାଗାରେ ଏକ ଛୋଟ ଘରଟିଏ କରି ତନୁଜା ଓ ତାଙ୍କ ସ୍ୱାମୀ ମହିନ କଣ୍ଡରା ଓ ତାଙ୍କ ଦୁଇଟି ସନ୍ତାନକୁ ନେଇ ରହୁଥିବା ଦୃଶ୍ୟ ଲୋକଙ୍କ ମନରେ ଚହଳ ପକାଇ ଦେଇଛି । ସରକାର କ୍ରୀଡା ଓ କ୍ରୀଡାବିତମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ଏବଂ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ତନୁଜା ବାଗେ ଭଳି ଜାତୀୟ ଫୁଟ୍‌ବଲ୍‌ ଖେଳଳୀ ଝାରସୁଗୁଡା ଭଳି ଶିଳ୍ପନଗରୀରେ ଛେଳି ଚରାଉଥିବା ଅତି ଦୁଃଖର ଘଟଣା ବୋଲି କୁହାଯାଉଛି ।

Leave A Reply

Your email address will not be published.