ଡାକ୍ଟର ଶଙ୍କର ରାମ ଚନ୍ଦାନୀ ସମାଜ ପାଇଁ ଉଦାହରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭିମସାର ଡାକ୍ଟର ଆସିଷ୍ଟାଣ୍ଟ ପ୍ରଫେସର ଶଙ୍କର ରାମ ଚନ୍ଦାନୀ ସମାଜ ସେବା ପାଇଁ ଏକ ଉଦାହରଣ । ସେ ବରଗଡ଼ ଜିଲ୍ଲା ପଦ୍ମପୁରରେ ଏକ ମଧ୍ୟବିତ୍ତ ପରିବାରରେ ତାଙ୍କର ଜନ୍ମ । ଛୋଟ ବେଳୁ ତାଙ୍କର ସମାଜସେବା କରିବା ପାଇଁ ପ୍ରବଳ ଇଚ୍ଛାଥିଲା । ସେ ବୁର୍ଲା ମେଡିକାଲ କଲେଜରେ ପଢ଼ି ସାରିବା ପରେ ତାଙ୍କର ଡାକ୍ତରୀ ଜୀବନ ଆରମ୍ଭ ହୋଇଥିଲା । ସବୁବେଳେ ଇଚ୍ଛା ଥିଲା ଯେ ନିରୀହ, ବିକଳାଙ୍ଗ, ଭିକ୍ଷୁକ ମାନଙ୍କ ପାଇଁ ବିନା ଟଙ୍କାରେ ଚିକିତ୍ସା କରିବେ । ହେଲେ କୋଭିଡ କଟକଣା ଯୋଗୁଁ ପ୍ରାଇଭେଟ କ୍ଳିନିକ ଯେହେତୁ ମନା ଥିଲା ସେ ପ୍ରାଇଭେଟ କ୍ଳିନିକ କରି ପାରି ନ ଥିଲେ । କୋଭିଡ କଟକଣା ବନ୍ଦ ହେବା ପରେ ବୁର୍ଲାରେ ସେ ଏକ ଟଙ୍କିକିଆ କ୍ଳିନିକ କରି ରୋଗୀସେବା କରୁଛନ୍ତି । ଆଜି ବରଗଡ଼ ଜିଲ୍ଲା ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିବା ଚାଷୀଙ୍କୁ ଭେଟି ଥିଲେ ଓ କିଛି ମାକ୍ସ ସେମାନଙ୍କୁ ବଣ୍ଟନ କଲେ । ତାଙ୍କର ଏହି ସମାଜସେବା କାର୍ୟ୍ୟ ଓ ମହାନତା ପାଇଁ ବେଶ ପ୍ରଶଂସିତ ହୋଇଛନ୍ତି ଡାକ୍ଟର ଶଙ୍କର ରାମ ଚନ୍ଦାନୀ ।

Leave A Reply

Your email address will not be published.