pr

ଆବାସ ଯୋଜନାରେ ଘରଟିଏ ପାଇଁ ଅପେକ୍ଷାରେ ମାଲପଡା ଗାଁର ଦହନା ଧରୁଆ

dr. purohit

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ସରକାରଙ୍କ ମାଳ ମାଳ ଯୋଜନା । ଅଧିକାଂଶ ଯୋଜନା ପହଞ୍ଚି ପାରୁନାହିଁ ପ୍ରକୃତ ହିତାଧିକାରୀଙ୍କ ପାଖରେ । ଯେଉଁମାନେ ଅଯୋଗ୍ୟ ସେମାନଙ୍କ ପାଖକୁ ସବୁ ଯୋଜନା ପହଞ୍ଚି ପାରୁଛି, କିନ୍ତୁ ଯୋଗ୍ୟ ହିତାଧିକାରୀଙ୍କୁ ନିଜ ଆଖି ଆଗରେ ଦେଖି ମଧ୍ୟ ନଦେଖିଲା ପରି ଅଭିନୟ କରନ୍ତି ପ୍ରଶାସନିକ ଲୋକ ବୋଲି ସାଧାରଣରେ ଆଲୋଚନା ହେଉଛି ।ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଖପ୍ରାଖୋଲ ବ୍ଲକ ମାଲପଡା ଗ୍ରାମରେ । ଗାଁରେ ରୁହନ୍ତି ବିଧବା ବୃଦ୍ଧା ଦହନା ଧରୁଆ । ସ୍ବାମୀ ୮ ବର୍ଷ ଆଗରୁ ଆରପାରିକୁ ଚାଲିଗଲେଣି । ଦୁଇ ଝିଅ, ତିନି ପୁଅଙ୍କୁ ନେଇ ପରିବାର । ବହୁ ଦୁଃଖ କଷ୍ଟ ସହି ଦୁଇ ପୁଅ ଏବଂ ଗୋଟିଏ ଝିଅକୁ ବିବାହ କରି ସାରିଲେଣି । ସରକାରଙ୍କ ପକ୍ଷରୁ ସେ ଚାଉଳ ଏବଂ ବିଧବା ଭତ୍ତା ପାଉଛନ୍ତି । କିନ୍ତୁ ତାଙ୍କର ପ୍ରମୁଖ ସମସ୍ୟା ହେଲା ଘର । ମାଟି ଛପର ଘରେ ସମସ୍ତେ ରହୁଛନ୍ତି । ବର୍ଷା ଦିନରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ଅଭିଯୋଗ କରିଛନ୍ତି ଦହନା । ଥିଲାବାଲାଙ୍କୁ ଆବାସ ଯୋଜନାରେ ଘର ମିଳୁଥିବା ବେଳେ ମୋ ପରି ଅସହାୟଙ୍କୁ କାହିଁକି ମିଳୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଅତି ଶୀଘ୍ର ପ୍ରଶାସନ ପକ୍ଷରୁ ଆବାସ ଯୋଜନାରେ ଘର ଖଣ୍ଡିଏ ମୋତେ ଦିଆଯାଉ ବୋଲି ଦହନା କହିଛନ୍ତି ।

nrusinghnath
Leave A Reply

Your email address will not be published.