ଦୁର୍ଘଟଣାରେ ଆହତ ଛାତ୍ରୀ ନିମର୍ଳା ସୁନାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଏଆଇଡିଏସ୍‌ଓର ଏସ୍‌ପିଙ୍କ ନିକଟରେ ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ସେପ୍ଟେମ୍ବର ୧୧ ତାରିଖ ଦିନ ବଲାଙ୍ଗିର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ ନିର୍ମଳା ସୁନା ପଢିବାକୁ ଯାଉଥିବା ବେଳେ ବଲାଙ୍ଗିର ବ୍ଲକ ଛକରେ ଏକ ଶ୍ରମିକ ବୋଝେଇ ଟାଟା ଏସ୍‌ ଗାଡି ତାଙ୍କ ଉପରେ ଚଢି ଯିବା ଯୋଗୁଁ ଗୁରୁତର ଭାବରେ ଆହତ ହୋଇଥିଲେ । ମେଡିକାଲ ଟେଷ୍ଟ ରିପୋର୍ଟ ଅନୁସାରେ ତାଙ୍କର ଯକୃତ, ଉଭୟ କିଡନୀ, ଡାହାଣ ପାଶ୍ୱର୍ର ପଞ୍ଜରା ହାଡ, ଏଡ୍ରିନାଲ ଗ୍ରନ୍ଥି ଏବଂ ବାମ ବାହୁରେ ମାଂସପେଶୀ ବାହାରୀ ଯାଇଅଛି । କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ଏ ପର୍ଯ୍ୟନ୍ତ ଦୁର୍ଘଟଣା ଘଟାଇଥିବା ଟାଟା ଏସି ଗାଡି ମାଲିକ ଆହତ ଛାତ୍ରୀଙ୍କର ଚିକିତ୍ସାର ଭାର ବହନ କରିନାହାନ୍ତି । ଏପରିକି ପ୍ରଶାସନ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହାନ୍ତି ଦୁର୍ଘଟଣାକୁ ୨ ମାସ ହୋଇଯାଇଥିଲେ ମଧ୍ୟ । ତେଣୁ ଗାଡି ମାଲିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବର୍ତ୍ତମାନ ପର୍ଯ୍ୟନ୍ତ ଆହତ ଛାତ୍ରୀଙ୍କ ଚିକିତ୍ସାର ଖର୍ଚ୍ଚ ଏବଂ ଛାତ୍ରୀ ସୁସ୍ଥ ହେବା ପର୍ଯ୍ୟନ୍ତ ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିବା ଦିଗରେ ପଦକ୍ଷେପ ନେବା ପାଇଁ ଏଆଇଡିଏସ୍‌ଓ ଜିଲ୍ଲା କମିଟି ପକ୍ଷରୁ ଏସ୍‌ପିଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଆଗାମୀ ଏକ ସପ୍ତାହ ମଧ୍ୟରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କଲେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ସଂପାଦକ ମଧୁସୂଦନ ବାଗ, ରାଜ୍ୟ ଉପସଭାପତି ସୁନିଲ ଭୋଇ, ଛାତ୍ର ଛାତ୍ରୀ ଗୌରୀ ରାଉତ, ଛାତ୍ର ନେତା ସିଦ୍ଧାନ୍ତ ମହାକୁର ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.