ପଦ୍ମପୁର ବ୍ରାହ୍ମଣ ସମାଜ ଆନୁକୂଲ୍ୟରେ ସାମୁହିକ ବ୍ରତୋପନୟନ କାର୍ୟ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ରାହ୍ମଣ ସମାଜ ଆନୁକୂଲ୍ୟରେ ଗତ ରବିବାର ଦିନ ଏକ ସାମୁହିକ ବ୍ରତୋପନୟନ କାର୍ୟ୍ୟକ୍ରମ ସ୍ଥାନୀୟ ସାଂସ୍କୃତିକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପଦ୍ମପୁର ତଥା ଆଖପାଖ ଅଞ୍ଚଳର ୧୦ ଜଣ ବଟୁଙ୍କୁ ଉପବିତ ପ୍ରଦାନ କରାଯାଇଥିଲା । ଏହି କାର୍ୟ୍ୟକ୍ରମକୁ ପଦ୍ମପୁର ବ୍ରାହ୍ମଣ ସମାଜ, କର୍ମକାଣ୍ଡୀ ବ୍ରାହ୍ମଣ ସମାଜ,ପର୍ଶୁରାମ ବାହିନୀ ଏବଂ ଗାୟତ୍ରୀ ବାହିନୀର କାର୍ୟ୍ୟକର୍ତ୍ତା ଏବଂ ସଭ୍ୟମାନେ ସୁଚାରୁ ରୂପେ ସମ୍ପନ୍ନ କରାଇଥିଲେ । ଉକ୍ତଦିନ ବ୍ରାହ୍ମଣ ସମାଜର ବାର୍ଷିକ ସାଧାରଣ ସଭା ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅନ୍ୟାନ୍ୟ କାର୍ୟ୍ୟକ୍ରମ ସହିତ ବ୍ରାହ୍ମଣ ସମାଜର ଚାରି ଜଣ ବରିଷ୍ଟ ସଭ୍ୟ ଆନନ୍ଦ ଚନ୍ଦ୍ର ତ୍ରିପାଠୀ, ରଘୁନାଥ ତ୍ରିପାଠୀ, ଅଲେଖ ଦାଶ ଏବଂ ତୀର୍ଥବାସି ପଣ୍ଡାଙ୍କୁ ସମାଜ ପ୍ରତି ସେମାନଙ୍କର ବିଶେଷ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ପଦ୍ମପୁରର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ପୁରୋହିତ ଉପସ୍ଥିତ ରହି ନବବଟୁ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.