om academy

କ୍ରିଷ୍ଣା କପ୍ କ୍ରିକେଟ୍ ଉଦ୍‌ଘାଟିତ : ସେମିଫାଇନାଲରେ ଉପରବାହାଲ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆରେ କେ.ସି.ସି. ଦ୍ଵାରା ଆୟୋଜିତ ୨୦ତମ କ୍ରିଷ୍ଣା କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ମ୍ୟାଚରେ ଉପରବାହାଲ ଦଳ କଲଙ୍ଗାପାଲି ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚରେ ଖଇରପାଲି ଦଳ ଗସ୍ତିଡିହି ଦଳକୁ ହରାଇ କ୍ବାଟର ଫାଇନାଲରେ ପ୍ରବେଶ କରିଥିଲେ । କ୍ୱଟର ଫାଇନାଲ ମ୍ୟାଚରେ ଖଇରପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୫ ଉଇକେଟରେ ୯୭ ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ଉପରବାହାଲ ୨ ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ । ଏହି ଉଦ୍‌ଘାଟନୀ ଉତ୍ସବରେ ବିରେନ୍ଦ୍ର ସାହୁ ମୁଖ୍ୟ ଅତିଥି ଏବଂ ନରେନ୍ଦ୍ର ବରିହା, ନରେନ୍ଦ୍ର ପ୍ରଧାନ ଓ କିଶୋର ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟିତ କରିଥିଲେ । ମ୍ୟାଚ୍‌ ଶେଷରେ ସୁଶାନ୍ତ ସେଠ ଅତିଥି ରୂପେ ଯୋଗଦେଇ ଉପରବାହାଲ ଦଳର ଉଜଲଙ୍କୁ ମେନ୍‌ ଅଫ୍‌ ଦି ମେଚ୍‌ ପୁରସ୍କାର ପ୍ରଦାନ କରିଥିଲେ । ଏହି ମ୍ୟାଚରେ ଉମେଶ, ଅନୀଲ, ଆଲୋକ, ହନୁ ଓ ସନମ ଅମ୍ପାୟାରିଂ, ସ୍ବରାଜ ଓ ସୁଜିତ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ । ରିଙ୍କୁ ଓ ଆନନ୍ଦ ଧାରା ବିବରଣୀ ପ୍ରଦାନ କରିଥିଲେ । କ୍ରିଷ୍ଣା, ହରେଶ, ନିରନ, ସ୍ବୟମ, ନିଖିଳ, ପ୍ରୀତମ, ଛୋଟୁ ଆଦି ସହଯୋଗ କରିଥିଲେ ।

Leave A Reply

Your email address will not be published.