om academy

ତଟ ନିରଂଜନା ବହୁ ଅସମାଧିତ ପ୍ରଶ୍ନର ବର୍ଣ୍ଣାଳୀ ଶୀର୍ଷକ ସଂପାନ

jsm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୋନପୁର ମହାବିଦ୍ୟାଳୟ ଓଡିଆ ବିଭାଗ ତରଫରୁ ନାଟ୍ୟକାର ବିଜୟ ମିଶ୍ରଙ୍କ ବହୁ ଚର୍ଚ୍ଚିତ ନାଟକ ‘ତଟ ନିରଂଜନା -ବହୁ ଅସମାଧିତ ପ୍ରଶ୍ନର ବର୍ଣ୍ଣାଳୀ’ ଶୀର୍ଷକ ସଂପାନ ମହାବିଦ୍ୟାଳୟ ସଭାଗୃହରେ ଆୟୋଜିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ଡକ୍ଟର ସୌରଭ ରଞ୍ଜନ ଖମାରୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶେଷ ସମ୍ମାନ ଛାତ୍ରୀ ନନ୍ଦିତା ପଧାନ ଓ ଛାତ୍ର ଜୟପ୍ରକାଶ ମିଶ୍ର ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ । ଆଲୋଚକ ଭାବେ ଯୋଗ ଦେଇ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଓଡିଆ ବିଭାଗ ମୁଖ୍ୟ ଡକ୍ଟର ଶରତଚନ୍ଦ୍ର ପତି ଓ ଆଗଲପୁର ବିଜ୍ଞାନ ମହାବିଦ୍ୟାଳୟର ଓଡିଆ ବିଭାଗ ଅଧ୍ୟାପକ ଡକ୍ଟର ଲିଙ୍ଗରାଜ ମେହେର ଯୋଗଦେଇ ଉପସ୍ଥାପିତ ପ୍ରବନ୍ଧଗୁଡିକର ସମୀକ୍ଷା ସହ ନାଟକରେ ଥିବା କାମନା, ମୁକ୍ତି ଓ ବିରୋଧାଭାଷ ଆଦି ମନସ୍ତାତ୍ବିକ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ଅଧ୍ୟାପିକା ଡକ୍ଟର ଇତିଶ୍ରୀ ଦାସ ଅତିଥି ପରିଚୟ ପ୍ରଦାନ ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଅଧ୍ୟାପକ ସରୋଜ କୁମାର ଜଗଦଲା ଧନ୍ୟବାଦ ଅର୍ପଣ କରିଥିଲେ । ଅମ୍ରିତା, ମିତାରାଣୀ, କୃପାସିନ୍ଧୁ, ସତ୍ୟ ନାରାୟଣ ପ୍ରମୁଖ ଛାତ୍ରୀ ଛାତ୍ର ସଂପାନର ପ୍ରଶ୍ନୋତ୍ତର ପର୍ଯ୍ୟାୟରେ ଅଂଶଗ୍ରହଣ କରିଥିଲେ । ବିଭାଗର ଅଧ୍ୟାପକ ଅଧ୍ୟାପିକା ମୀନକେତନ କୁମ୍ଭାର ଓ ନୀଳିମା ପ୍ରଧାନଙ୍କ ସହ ସମସ୍ତ ତିନୋଟି ଯାକ ବର୍ଷର ଛାତ୍ର ଛାତ୍ରୀଙ୍କୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.