jayashree

ସାଲେପାଲିରୁ ବଗଡା ରାସ୍ତାର ଡକାୟତି ଘଟଣାରେ୨ଜଣଙ୍କୁ କୋର୍ଟ ଚାଲାଣ : ୨ଲକ୍ଷରୁ ଅଧିକ ଟଙ୍କା ଲୁଟ ଘଟଣାର ଲୁଟେରାଙ୍କୁ ଧରିବାରେ ଏଯାଏଁ ପୁଲିସ ବିଫଳ

ଦେଓଗାଁ, (ମନିଷ କୁମାର ସାହୁ) : ଗତ ୧ ତାରିଖ ଦିନ ଦେଓଗାଁ ଥାନା ଅନ୍ତର୍ଗତ ସାଲେପାଲି ଗାଁ ନିକଟରେ ହୋଇଥିବା ଡକାୟତିରେ ସଂପୃକ୍ତ ଥିବା ୩ ଜଣଙ୍କ ମଧ୍ୟରୁ ୨ ଦୁଇ ଜଣଙ୍କୁ ଦେଓଗାଁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ୨ ଅଭିଯୁକ୍ତ ହେଲେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ବ୍ରାହ୍ମଣୀ ଗାଁର ଶାନ୍ତନୁ ମହାଲିଙ୍ଗ ଓ ଦେଓଗାଁ ଥାନା କୁକୁରଖାଇ ଗାଁର ପାର୍ଥ ନନ୍ଦ । ଘଟଣା ଦିନ ଅଭିଯୁକ୍ତମାନେ ମାରଣାସ୍ତ୍ର ଦେଖାଇ ସାଲେପାଲି ଗାଁର ଓଁଙ୍କାର ମେହେରଙ୍କ ଠାରୁ ଲାପଟପ୍, ମୋବାଇଲ ଫୋନ୍ ଓ କିଛି ଟଙ୍କା ଲୁଟି ନେଇଥିଲେ ।
ଅନ୍ୟ ପକ୍ଷରେ ସେହି ଦିନ ଏହି ଘଟଣାର ମାତ୍ର ୨ଘଣ୍ଟା ବ୍ୟବଧାନରେ ଦେଓଗାଁ ତୁଷରା ରାସ୍ତାରେ ତୁଷୁରା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରୁ ୨ଲକ୍ଷ ୨୦ହଜାର ଟଙ୍କା ଲୁଟ୍ ହୋଇଥିଲା । ଏହି ଘଟଣାରେ ସଂପୃକ୍ତ ଥିବା ଲୁଟେରାଙ୍କୁ ଧରିବାରେ ଏଯାଏଁ ପୁଲିସ ବିଫଳ ହୋଇଛି।

Leave A Reply

Your email address will not be published.