oom

ଗତ ୨୪ ଘଂଟାରେ ଓଡ଼ିଶାରେ ୩୦୫୩ ଆକ୍ରାନ୍ତ ଚିହ୍ନଟ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୩୦୫୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୮୦୪ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୨୪୯ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୬୪, ବାଲେଶ୍ୱରରୁ ୮୫, ବରଗଡ଼ରୁ ୯୮, ଭଦ୍ରକରୁ ୭୦, ବଲାଙ୍ଗିରରୁ ୯୫, ବୌଦ୍ଧରୁ ୨୮, କଟକରୁ ୨୫୬, ଦେବଗଡ଼ାରୁ ୧୬, ଢେଙ୍କାନାଳରୁ ୫୧, ଗଜପତିରୁ ୧୮, ଗଂଜାମରୁ ୫୨, ଜଗତସିଂହପୁରରୁ ୭୨, ଯାଜପୁରରୁ ୧୧୦, ଝାରସୁଗୁଡ଼ାରୁ ୧୪୬, କଳାହାଣ୍ଡିରୁ ୪୧, କନ୍ଧମାଳରୁ ୩୨, କେନ୍ଦ୍ରାପଡ଼ାରୁ ୧୧୫, କେଉଁଝରରୁ ୧୩୩, ଖୋର୍ଦ୍ଧାରୁ ୫୬୧, କୋରାପୁଟରୁ ୪୪, ମାଲକାନଗିରିରୁ ୬୨, ମୟୁରଭଂଜରୁ ୧୫୩, ନବରଙ୍ଗପୁରରୁ ୧୪, ନୟାଗଡ଼ରୁ ୬୭, ନୂଆପଡ଼ାରୁ ୫୬, ପୁରୀରୁ ୧୨୭, ରାୟଗଡ଼ାରୁ ୩୬, ସମ୍ବଲପୁରରୁ ୧୨୩, ସୋନପୁରରୁ ୮୩, ସୁନ୍ଦରଗଡ଼ରୁ ୯୮, ଷ୍ଟେଟ୍‌ ପୁଲ୍‌ ୧୪୭ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପଜିଟିଭ୍‌ ୨୨୯୩୮୭ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୪୩୧୪ ଜଣ ଏକ୍‌ଟିଭ୍‌ ରହିଥିବା କୁହାଯାଇଛି ।

jittmm
Leave A Reply

Your email address will not be published.