oom

ବଲାଙ୍ଗିର ଜିଲ୍ଲାରେ ଆଜି ୬୫ ନୂଆ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୧୧

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୬୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୧୧ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୧ରୁ ୧, ୩ରୁ ୨, ୧୧ରୁ ୧, ୧୬ରୁ ୧, ୧୮ରୁ ୧, ୧୯ରୁ ୩, ୨୦ରୁ ୧ ଓ ୨୧ରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଆଗଲପୁର ବ୍ଲକ୍‌ ବକ୍‌ଟି ଗ୍ରା.ପ.ରୁ ୭, ବଙ୍ଗୋମୁଣ୍ଡା ବ୍ଲକ୍‌ ସିନ୍ଧେକେଲା ଗ୍ରା.ପ.ରୁ ୨, ଅଲଣ୍ଡା ଗ୍ରା.ପ.ରୁ ୧, ବେଲପଡ଼ା ବ୍ଲକ୍‌ ବେଲପଡ଼ା ଗ୍ରା.ପ.ରୁ ୩, ଧୁମାଭଟା ଗ୍ରା.ପ.ରୁ ୧, ଦେଓଗାଁ ବ୍ଲକ୍‌ ବଡ଼ବାହାଲ ଗ୍ରା.ପ.ରୁ ୧, ବନ୍ଧପଡ଼ା ଗ୍ରା.ପ.ରୁ ୧, କଂଟାବାଂଜି ଏନ୍‌ଏସି. ୱାର୍ଡ ନଂ.୧୦ରୁ ୨, ୫ରୁ ୧, ୩ରୁ ୧, ଖପ୍ରାଖୋଲ ବ୍ଲକ୍‌ ଖପ୍ରାଖୋଲ ଗ୍ରା.ପ.ରୁ ୨, ଲାଠୋର ଗ୍ରା.ପ.ରୁ ୩, ଲୁହାସିଂହା ଗ୍ରା.ପ.ରୁ ୧, ମୁରିବାହାଲ ବ୍ଲକ୍‌ ମୁରିବାହାଲ ଗ୍ରା.ପ.ରୁ ୩, ଗୁଡ଼ିଘାଟ ଗ୍ରା.ପ.ରୁ ୧, ତେନ୍ତୁଲିଖୁଣ୍ଟି ଗ୍ରା.ପ.ରୁ ୧, ପତ୍ରାପାଲି ଗ୍ରା.ପ.ରୁ ୨, ପାଟଣାଗଡ଼ ବ୍ଲକ୍‌ ଲରମ୍ଭା ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି. ୱାର୍ଡ ନଂ.୧ରୁ ୧, ୯ରୁ ୧, ୧୪ରୁ ୧, ପୁଇଁନ୍ତଲା ବ୍ଲକ୍‌ ଭାଲେର ଗ୍ରା.ପ.ରୁ ୧, ଜାମ୍‌ଗାଁ ଗ୍ରା.ପ.ରୁ ୧, ବହଲପଦର ଗ୍ରା.ପ.ରୁ ୪, ସଇଁନ୍ତଲା ବ୍ଲକ୍‌ ବୁଢ଼ାବାହାଲ ଗ୍ରା.ପ.ରୁ ୩, ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୨, ଟିଟିଲାଗଡ଼ ବ୍ଲକ୍‌ ନାରେନ ଗ୍ରା.ପ.ରୁ ୧, ବାନ୍ଧୁପଲା ଗ୍ରା.ପ.ରୁ ୧, ବିଜେପୁର ଗ୍ରା.ପ.ରୁ ୧, ଟିଟିଲାଗଡ଼ ଏନ୍‌ଏସି ୱାର୍ଡ ନଂ. ୪ରୁ ୧, ୫ରୁ ୧, ୮ରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲାରେ ଏବେ ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୭୩ ରହିଥିବା ବେଳେ ସୁସ୍ଥତା ହାସଲ୍‌ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୫୫୭୭ ରହିଛି । ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୮୦ ।

jittmm
Leave A Reply

Your email address will not be published.