om academy

ଆଜି ବଲାଙ୍ଗିର ଜିଲ୍ଲାରେ ଶହେ ତଳେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା : ଅଥଚ ଅବହେଳା ଘାତକ ହୋଇପାରେ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ଶହେ ତଳେ ନୂଆ ଆକ୍ରାନ୍ତ ସଂଖ୍ୟା ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । କିନ୍ତୁ କରୋନା କଟକଣା ପ୍ରତି ଅବହେଳା ଘାତକ ହୋଇପାରେ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତି କରନ୍ତି । ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୯୮ ରହିଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧ରୁ ୧, ୧୦ରୁ ୧, ୨ରୁ ୩, ୨୦ରୁ ୨, ୫ରୁ ୧ ଓ ୭ରୁ ୩ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଆଗଲପୁର ବ୍ଲକ ବାବୁଫାସଡ଼ ଗ୍ରା.ପ.ରୁ ଜଣେ, ଭରସୁଜା ଗ୍ରା.ପ.ରୁ ୨ ଜଣ ଓ ଉପରବାହାଲ ଗ୍ରା.ପ.ରୁ ୨ ଜଣ ଆକ୍ରାନ୍ତ ହୋଇଛନ୍ତି । ବଲାଙ୍ଗିର ବ୍ଲକ ମନହୀରା ଗ୍ରା.ପ.ରୁ ଜଣେ ଆକ୍ରାନ୍ତ ହୋଇଥିବା ବେଳେ ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଗ୍ରା.ପ.ରୁ ଜଣେ ଓ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୪ ଜଣ ଚିହ୍ନଟ ହୋଇଛନ୍ତି । କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୨ରୁ ୧, ୩ରୁ ୩, ୪ରୁ ୩, ୫ରୁ ୧ ଓ ୧୪ରୁ ଜଣେ ସଂକ୍ରମିତ ହୋଇଛନ୍ତି । ଖପ୍ରାଖୋଲ ବ୍ଲକ ଭାନପୁର ଗ୍ରା.ପ.ରୁ ୩, ଖପ୍ରାଖୋଲ ଗ୍ରା.ପ.ରୁ ୨ ଜଣ, ବେନ୍ଦେର ଗ୍ରା.ପ.ରୁ ଜଣେ, ଦମେଇପାଲି ଗ୍ରା.ପ.ରୁ ଜଣେ, ଧଣ୍ଡାମୁଣ୍ଡା ଗ୍ରା.ପ.ରୁ ଜଣେ, ଲାଠୋର ଗ୍ରା.ପ.ରୁ ଜଣେ, ମହରାପଦର ଗ୍ରା.ପ.ରୁ ୩ ଜଣ, ଓଡ଼ିଆପାଲି ଗ୍ରା.ପ.ରୁ ଜଣେ, ପଡ଼ିଆବାହାଲ ଗ୍ରା.ପ.ରୁ ଜଣେ ଓ ସାହାଜପାଣି ଗ୍ରା.ପ.ରୁ ଜଣେ, ଲୋଇସିଂହା ବ୍ଲକ ଝାରମୁଣ୍ଡା, ଯୋଗୀସଡର଼୍ା, କୁଶଙ୍ଗ ଗ୍ରା.ପ.ରୁ ଜଣେ ଲେଖାଏଁ ଓ କୁଟେନପାଲି ଏବଂ ଲୋଇସିଂହା ଗ୍ରା.ପ.ରୁ ୨ ଜଣ ଲେଖାଏଁ, ମୁରିବାହାଲ ବ୍ଲକ ତେନ୍ତୁଲିଖୁଣ୍ଟି ଗ୍ରା.ପ.ରୁ ଜଣେ ଓ ବିଟାବନ୍ଧ ଗ୍ରା.ପ.ରୁ ଜଣେ, ପାଟଣାଗଡ଼ ବ୍ଲକ ଗେର୍ଡା, ବଥର୍ଲା ଗ୍ରା.ପ.ରୁ ଜଣେ ଲେଖାଏଁ, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୧୪ରୁ ଜଣେ, ପୁଇଁନ୍ତଲା ବ୍ଲକ ଛତାମଖନା ଗ୍ରା.ପ.ରୁ ୨ ଜଣ ଓ ବଏଁରାସର ଗ୍ରା.ପ.ରୁ ୯ ଜଣ, ସଇଁନ୍ତଲା ବ୍ଲକ ଭଦ୍ରା, ବୁଢ଼ାବାହାଲ, ଝିଙ୍କିଡୁଙ୍ଗୁର. ଝାରବନ୍ଧ, କରମତଲା, ଶିଶକେଲା ଗ୍ରା.ପ.ରୁ ଜଣେ ଲେଖାଏଁ ଏବଂ ସଇଁନ୍ତଲା ଗ୍ରା.ପ.ରୁ ୩ ଓ ଟିକ୍ରାପଡ଼ା ଗ୍ରା.ପ.ରୁ ୭ ଜଣ, ଟିଟିଲାଗଡ଼ ବ୍ଲକ ଖୋଲାନ ଓ ସିହିନୀ ଗ୍ରା.ପ.ରୁ ୨ ଜଣ ଲେଖାଏଁ, ଟିଟିଲାଗଡ ପୌରାଂଚଳ ୱାର୍ଡ ନଂ.୧ ଓ ୧୪ରୁ ଜଣେ ଲେଖାଏଁ ଏବଂ ୬ ଓ ୮ରୁ ୨ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି । ଏବେ ଜିଲ୍ଲାରେ ୧୭୬୨ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି ।

Leave A Reply

Your email address will not be published.