ବଲାଙ୍ଗିର ଜିଲ୍ଲାରେ ବି ଉପରମୁହାଁ ହେଉଛି କରୋନା : ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶ ଓ ରାଜ୍ୟରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଉପରମୁହାଁ ହେଉଛି କରୋନା । ଆଜି ବଲାଙ୍ଗିର ଜିଲ୍ଲାରେ ୫୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଚଂଳ ୱାର୍ଡ ନଂ. ୭, ୱାର୍ଡ ନଂ. ୮, ୱାର୍ଡ ନଂ. ୧୦, ୱାର୍ଡ ନଂ. ୧୩, ୱାର୍ଡ ନଂ. ୧୯ ଏବଂ ୱାର୍ଡ ନଂ. ୨୧ରୁ ଜଣେ ଲେଖାଏଁ ଚିହ୍‌ଟ ହୋଇଥିବା ବେଳେ ବଲାଙ୍ଗିର ବ୍ଲକ ଚନ୍ଦନଭାଟି ଗ୍ରା.ପ.ରୁ ୩ ଜଣ, ଆଗଲପୁର ବ୍ଲକ ନୁନିଆପାଲି ଗ୍ରା.ପ.ରୁ ଜଣେ, ବୋଙ୍ଗମୁଣ୍ଡା ବ୍ଲକ ବେଲପଡା ଗ୍ରା.ପ.ରୁ ଜଣେ, ବେଲପଡା ବ୍ଲକ ଯୁବା ଗ୍ରା.ପ., କପାଣି ଗ୍ରା.ପ., ଏବଂ ଗମ୍ଭାରି ଗ୍ରା.ପ.ରୁ ଜଣେ ଲେଖାଏଁ, ଦେଓଗାଁ ବ୍ଲକ ମହଲାଇ ଗ୍ରା.ପ. ଓ କୁମୁନ୍ଦପୁର ଗ୍ରା.ପ.ରୁ ଜଣେ ଲେଖାଏଁ , କଣ୍ଟାବାଞ୍ଜି ଏନ୍‌ଏସି ୱାର୍ଡ ନଂ. ୨ ଏବଂ ୱାର୍ଡ ନଂ. ୩ରୁ ୨ ଜଣ, ୱାର୍ଡ ନଂ. ୪ ଏବଂ ୱାର୍ଡ ନଂ. ୮ରୁ ଜଣେ ଲେଖାଏଁ, ଖପ୍ରାଖୋଲ ବ୍ଲକ ଲାଠୋର ଗ୍ରା.ପ.ରୁ ଜଣେ, ଲୁହାସିଂହା ଗ୍ରା.ପ.ରୁ ଜଣେ ଲେଖାଏଁ ୨ ଜଣ, ଲୋଇସିଂହା ବ୍ଲକ ସରଗାଡ ଗ୍ରା.ପ.ରୁ ଜଣେ, ପାଟଣାଗଡ ବ୍ଲକ କେନ୍ଦମୁଡି ଗ୍ରା.ପ., ଟେଣ୍ଡାପଦର ଏବଂ ଯୋଗିମୁଣ୍ଡା ବ୍ଲକ ଜଣେ ଲେଖାଏଁ, ବରପଦର ଗ୍ରା.ପ.ରୁ ୨ ଜଣ, ପାଟଣାଗଡ ଏନ୍‌ଏସି ୱାର୍ଡ ନଂ. ୨, ୱାର୍ଡ ନଂ. ୩, ୱାର୍ଡ ନଂ. ୭, ୱାର୍ଡ ନଂ ୯ ଏବଂ ୱାର୍ଡ ନଂ. ୧୧ରୁ ଜଣେ ଲେଖାଏଁ, ୱାର୍ଡ ନଂ. ୮ ଏବଂ ୱାର୍ଡ ନଂ. ୧୪ରୁ ୨ ଜଣ ଲେଖାଏଁ, ପୁଇଁନ୍ତଲା ବ୍ଲକ ମହିମୁଣ୍ଡା ଗ୍ରା.ପ. ଏବଂ ଦୁର୍ଗାପାଲି ଗ୍ରା.ପ.ରୁ ଜଣେ ଲେଖାଏଁ ସଇଁନ୍ତଲା ବ୍ଲକ ବଡମାଳ ଗ୍ରା.ପ.ରୁ ଜଣେ, ଘୁନୁସୁର ଗ୍ରା.ପ.ରୁ ୨ ଜଣ, ଟିଟିଲାଗଡ ବ୍ଲକ କତରକେଲା ଗ୍ରା.ପ. ଏବଂ ସଗଡଘାଟ ଗ୍ରା.ପ.ରୁ ଜଣେ ଲେଖାଏଁ, ଟିଟିଲାଗଡ ପୌରାଚଂଳ ୱାର୍ଡ ନଂ. ୫, ୱାର୍ଡ ନଂ. ୮ ଏବଂ ୱାଡଁ ନଂ. ୧୫ରୁ ଜଣେ ଲେଖାଏଁ, ତୁରେକେଲା ବ୍ଲକ ବଡବାଙ୍କି ଗ୍ରା.ପ. ଏବଂ ହିଆଲ ଗ୍ରା.ପ.ରୁ ଜଣେ ଲେଖାଏଁ, ବୁରୋମାଲ ଗ୍ରା.ପ.ରୁ ୨ ଜଣ ସଂକ୍ରମିତ ହୋଇଛନ୍ତି । ଜିଲ୍ଲାରେ ଏବେ ୨୩୦ ଏକ୍‌ଟିଭ୍‌ ଆକ୍ରାନ୍ତ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.